ବାଲେଶ୍ବର: ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମନ୍ବିତ ବିଏଡ ଓ ଏମଏଡ ଛାତ୍ରଛାତ୍ରୀମାନେ ଲଗାତର ଭାବେ 3ଦିନ ଧରି ଧାରଣାରେ ବସିଛନ୍ତି । ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟର ଅଧିକାରୀମାନେ ଯେତେ ବୁଝାଇଲେ ବି ଲିଖିତ ପ୍ରତିଶୃତି ନ ମିଳିବା ଯାଏ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି ସିଧାସଳଖ ଭାବେ ଛାତ୍ରଛାତ୍ରୀମାନେ କହିଛନ୍ତି ।
ବୁଧବାର ରାତିରେ ରେଜିଷ୍ଟ୍ରାରଙ୍କ ସମେତ ଜିଲ୍ଲା ପ୍ରଶାସନ ଧାରଣାରତ ଛାତ୍ରଛାତ୍ରୀଙ୍କୁ ବୁଝାଇବାରେ ବିଫଳ ହୋଇଥିବା ବେଳେ ଗୁରୁବାର ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍ ଚେୟାରମ୍ୟାନ ସଚ୍ଚିଦାନନ୍ଦ ଦେଉରୀ ମଧ୍ୟ ବୁଝାଇବାର ବିଫଳ ହୋଇଛନ୍ତି । ଶୀତ କାକରରେ ଛାତ୍ରଛାତ୍ରୀମାନେ 3ଦିନ ଧରି ଧାରଣା ଦେଉଥିବା ବେଳେ ସେମାନେ ଲିଖିତ ପ୍ରତିଶୃତି ପାଇଁ ଅଡ଼ି ବସିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ ,ଇଟିଭି ଭାରତ