ETV Bharat / state

ଜ୍ବାଇଁ ଆକ୍ରମଣରେ ଶ୍ୱଶୁର ମୃତ, ଶାଶୁ ଓ ଶାଳୀ ଗୁରୁତର

author img

By

Published : Aug 16, 2022, 8:30 PM IST

ବାପଘରେ ବେଶିଦିନ ରହିଯିବାରୁ ସ୍ବାମୀର ଉନ୍ମତ କାଣ୍ଡ । ଜ୍ବାଇଁ ଆକ୍ରମଣରେ ଶ୍ବଶୁର ମୃତ । ଶାଶୁ ଏବଂ ଶାଳୀ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । ଅଧିକ ପଢ଼ନ୍ତୁ

son in law killed father in law in balasore
ଜ୍ବାଇଁ ଆକ୍ରମଣରେ ଶ୍ୱଶୁର ମୃତ, ଶାଶୁ ଓ ଶାଳୀ ଗୁରୁତର

ବାଲେଶ୍ବର: ରାକ୍ଷୀ ପୂର୍ଣ୍ଣିମାରେ ବାପଘରକୁ ଆସି ବେଶିଦିନ ରହିଯିବାରୁ ଶ୍ବଶୁର ଘରେ ଉନ୍ମତ କାଣ୍ଡ ଘଟାଇଲା ଜ୍ବାଇଁ । ଶାଶୁ ଶ୍ବଶୁର ଏବଂ ଶାଳୀଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କଲା । ଶ୍ବଶୁରଙ୍କ ମୃତ୍ୟୁ ହୋଇଥିବା ବେଳେ ଶାଶୁ ଓ ଶାଳୀଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା କୁଶୁଡା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଜ୍ବାଇଁ ଆକ୍ରମଣରେ ଶ୍ୱଶୁର ମୃତ

ସୂଚନା ଅନୁସାରେ, ରାକ୍ଷୀ ପୂର୍ଣ୍ଣିମା ଦିନ ପିଠାପୁରା ଗ୍ରାମର ଜଗା ମହୁରିଙ୍କ ସ୍ତ୍ରୀ ସୁଷମା ନିଜ ବାପଘର ଗାଁ କୁଶୁଡାକୁ ଆସିଥିଲେ । ଶାଶୁ ଘରକୁ ଫେରିନଥିବାରୁ ଜଗା ରାଗରେ ଉତ୍ୟକ୍ତ ହୋଇ ଶ୍ବଶୁର ଘରେ ପହଞ୍ଚିଥିଲା ଏବଂ ସ୍ତ୍ରୀକୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲା । ଶାଶୁ ଶ୍ବଶୁର ପ୍ରତିବାଦ କରିବାରୁ ଜଗା ଏକ ଭୁଜାଲିରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲା । ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ଜଳେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଶ୍ବଶୁର ସୁଶାନ୍ତ ମହୁରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ଗ୍ରାମଲୋକେ ଜଗାକୁ ଧରି ପୋଲିସ ଜିମାରେ ଦେଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.