ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅସ୍ତିଆ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଛି । ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ହେଉଛନ୍ତି ବାସୁଦେବପୁର ବିରାସ ଅଞ୍ଚଳର ଜଗବନ୍ଧୁ ଜେନା ।
ସୂଚନାନୁସାରେ, ବାସୁଦେବପୁର ବିରାସ ଅଞ୍ଚଳର ଜଗବନ୍ଧୁ ଜେନା ବାଇକ ଯୋଗେ ମାର୍କୋଣାରୁ ଘରକୁ ଯାଉଥିବା ବେଳେ ଏକ ଅଜଣା ଗାଡି ଅସ୍ତିଆ ନିକଟରେ ଧକ୍କା ଦେଇଥିଲା । ଫଳରେ ବାଇକରୁ ଛିଟିକି ପଡି ଜଗବନ୍ଧୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏସମ୍ପର୍କରେ ସ୍ଥାନୀୟ ଲୋକେ ସିମୁଳିଆ ଥାନାକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ କେଉଁ ଗାଡ଼ି ଧକ୍କା ଦେଇଛି ସେ ନେଇ ତଦନ୍ତ ଚଳାଇଛି ପୋଲିସ ।
ଇଟିଭି ଭାରତ, ବାଲେଶ୍ବର