ETV Bharat / state

ସିରିଜ ଏଟିଏମ ଲୁଟ, ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ - ଏଟିଏମ ଲୁଟ୍‌ କେସ

ବୁଧବାର ବିଳମ୍ବିତ ରାତିରେ ବାଗୁଡି ଓ ପାଖର ବଜାରରେ ଥିବା ଦୁଇଟି ଏଟିଏମ ଲୁଟ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଦୁର୍ବୃତ୍ତମାନେ ଗ୍ୟାସ କଟର ଦ୍ବାରା ମେସିନ କାଟି ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଜଣାପଡ଼ିଛି ।

ସୋର ଅଞ୍ଚଳରେ ସିରିଜ ଏଟିଏମ ଲୁଟ, ପୋଲିସ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ

author img

By

Published : Dec 3, 2020, 12:47 PM IST

ବାଲେଶ୍ଵର: ଜିଲ୍ଲାର ସୋର ଥାନା ଅଞ୍ଚଳରେ ବୃଦ୍ଧି ପାଉଛି ଅପରାଧିକ କାର୍ଯ୍ୟକଳାପ । କେତେବେଳେ ଡକାୟତି ତ ପୁଣି କେତେବେଳେ ଛିନତାଇ ଘଟଣା ସାମ୍ନାକୁ ଆସୁଛି । ସେହିପରି ବୁଧବାର ବିଳମ୍ବିତ ରାତିରେ ବାଗୁଡି ଓ ପାଖର ବଜାରରେ ଥିବା ଦୁଇଟି ଏଟିଏମ ଲୁଟ ହୋଇଥିବା ଘଟଣା ସାମ୍ନାକୁ ଆସିଛି ।

ସୋର ଅଞ୍ଚଳରେ ସିରିଜ ଏଟିଏମ ଲୁଟ, ପୋଲିସ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ

ଦୁର୍ବୃତ୍ତମାନେ ଗ୍ୟାସ କଟର ଦ୍ବାରା ମେସିନ କାଟି ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଜଣାପଡ଼ିଛି । ଉଭୟ ସ୍ଥାନରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ତେବେ ସୋର ପୋଲିସର ହାଲୁକା କାର୍ଯ୍ୟଧାରା ଓ ରାତ୍ରିକାଳୀନ ପେଟ୍ରୋଲିଂ କଡ଼ାକଡ଼ି ହେଉନଥିବା ଯୋଗୁଁ ଏମିତି ଘଟଣା ଘଟୁଥିବା ଅଭିଯୋଗ ହେଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.