ବାଲେଶ୍ଵର: ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଗତ 5 ତାରିଖରୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହି ପ୍ରଶିକ୍ଷଣ ଆଗାମୀ ଜାନୁଆରୀ 8 ତାରିଖ ଯାଏଁ ଚାଲିବ। ଏଥିରେ ପର୍ଯ୍ୟାୟ କ୍ରମେ 3 ଜଣ ପ୍ରଶିକ୍ଷିକା 456 ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ସେମାନେ କଣ କହୁଛନ୍ତି ଶୁଣନ୍ତୁ.....
ଏମିତି ଆତ୍ମରକ୍ଷା କୌଶଳ ଶିଖିବା ପାଇଁ ଛାତ୍ରୀମାନଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳିଛି । ନିଜର ସୁରକ୍ଷା ନିଜେ କରିବାର ଆତ୍ମ ବିଶ୍ୱାସ ଛାତ୍ରୀମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ପରିଲିକ୍ଷିତ ହୋଇଛି।
ଦେଶରେ ନାରୀ ନିର୍ଯାତନା ବଢି ଚାଲିଥିବାବେଳେ ଏହାକୁ ମୁକାବିଲା କରିବା ପାଇଁ ଛାତ୍ରୀମାନଙ୍କ ପାଇଁ ଆୟୋଜିତ ହେଉଛି ଆତ୍ମରକ୍ଷା ଶିବିର। ଯେଉଁଥିରେ ଛାତ୍ରୀମାନେ ନିଜର ସୁରକ୍ଷା ପାଇଁ ବିଭିନ୍ନ କୌଶଳ ଶିଖିବା ସହ ସେମାନଙ୍କ ସୁରକ୍ଷା କରିବାର ପ୍ରେରଣା ମଧ୍ୟ ପାଉଛନ୍ତି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ