ବାଲେଶ୍ବର: ସେରଗଡ଼ ଟୋଲ୍ ଗେଟ୍ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏଠାରେ ଠିଆ ହୋଇଥିବା ଟ୍ରକକୁ ପଛପଟୁ ପିଟିଲା ଟ୍ରାଭେଲର । ଦୁର୍ଘଟଣାରେ 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 15 ଜଣ ଆହତ ହୋଇଥିବା ସୂଚନା । ମୃତକମାନେ ତ୍ରିନାଥ ଦାସ, ବାପି ମିଶ୍ର ଓ ଗଙ୍ଗାଧର ଦାସ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ପୁରୀ ବିଳାସିନୀନଗର ବାଲିସାହି ଅଞ୍ଚଳରୁ ଏକ ଟ୍ରାଭେଲର ଯୋଗେ 27 ଜଣ ମୟୂରଭଞ୍ଜ ଜିଲ୍ଲା ଦେବକୁଣ୍ଡ ବୁଲିବାକୁ ଯାଉଥିଲେ। ଭୋର ସମୟରେ ଜଗନ୍ନାଥ ପେଟ୍ରୋଲ ପମ୍ପ ନିକଟ ଜାତୀୟ ରାଜପଥ କଡରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ଟ୍ରାଭେଲର। ଏଥିରେ 3ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବାଲେଶ୍ଵର ମେଡିକାଲକୁ ପଠାଇଛି।
ବାଲେଶ୍ବରରୁ ଜୀବନ ଜ୍ୟେତି ନାୟକ, ଇଟିଭି ଭାରତ