ବାଲେଶ୍ଵର: ଜଳେଶ୍ୱର 57 ନମ୍ବର ରାଜ୍ୟ ରାଜପଥରେ ସିରିଜ ଦୁର୍ଘଟଣା ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ଜଳେଶ୍ୱର ଥାନା ଆମ୍ବିଳିଅଠା ନିକଟରେ ଏକ ଡ଼ମ୍ଫର ଓ ଧାନ ବୋଝେଇ ଟାଟା ଏସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଅନ୍ୟପଟେ ଚନ୍ଦନେଶ୍ୱର ପଟୁ ଆସୁଥିବା ଏକ କାର ମଧ୍ୟ ଡ଼ମ୍ଫରକୁ ପିଟି ହୋଇଥିଲା । ଫଳରେ ଟାଟା ଏସ ଡ୍ରାଇଭର ଓ ହେଲ୍ପରଙ୍କ ମୃତ୍ୟୁ ହୋଇଛି ।
ମୃତକ ଦୁଇଜଣ ଆରୁହା ଗ୍ରାମର ଶିଦ୍ଧେଶ୍ବର ବେହେରା ଓ କୁଳମଣି ବେହେରା ବୋଲି ଜଣାପଡିଛି । ଏହି ଘଟଣାରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଡମ୍ଫର ଡ୍ରାଇଭରକୁ ଅଟକ ରଖି ହାତ ଗୋଡ଼ ବାନ୍ଧି ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି । ତେବେ ମୃତକ ଦୁଇଜଣ ଦାଦା ପୁତୁରା ବୋଲି ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ