ETV Bharat / state

ଶୀତୁଆ ସକାଳରେ ଝୁମିଲେ ବାଲେଶ୍ୱରବାସୀ, ପ୍ରଥମ ଥର ପାଇଁ ଆରମ୍ଭ ହେଲା ରାହାଗିରି ପଥୋତ୍ସବ

author img

By ETV Bharat Odisha Team

Published : Oct 8, 2023, 1:04 PM IST

ବାଲେଶ୍ୱରରେ ପ୍ରଥମ କରି ଆରମ୍ଭ ହୋଇଯାଇଛି ପଥୋତ୍ସବ ‘ରାହାଗିରି’ । ଯେଉଁଥିରେ ସହରବାସୀ ବେଶ ମଜା ଉଠାଇଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

rahagiri day
rahagiri day
rahagiri day

ବାଲେଶ୍ବର: ବଲେଶ୍ବରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ରାହାଗିରି । ରବିବାର ସକାଳୁ ସକାଳୁ ସହରବାସୀ ମଜା ଉଠାଉଥିବା ଦେଖିବାକୁ ମିଳିଛି । ପୋଲିସ ଲାଇନଠାରୁ ଆଇଟିଆଇ ଛକ ଯାଏଁ ରାସ୍ତାର ଉଭୟ ପାର୍ଶ୍ୱରେ ଚାଲିଥିଲା ମନୋରଞ୍ଜନ ଉତ୍ସବ । ଖୋଲା ଆକାଶ ତଳେ ଖୋଲା ମଞ୍ଚରେ ବିଭିନ୍ନ କଳା ପ୍ରଦର୍ଶନ କରିଥିଲେ ପ୍ରତିଯୋଗୀ । ଆଉ ଏହାକୁ ମନ ଭରି ଉପଭୋଗ କରିଥଲେ ଜିଲ୍ଲାବାସୀ । କିଏ ଚିତ୍ର ଆଙ୍କୁଥିଲେ ତ ଆଉ କିଏ ଫ୍ୟାନ୍ସି ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଥିଲା ବାଲେଶ୍ବର ସହର । ଝୋଟି ଚିତ୍ରଠାରୁ ଆରମ୍ଭ କରି ନାଚଗୀତ ରାହାଗିରିରେ ପାଲଟିଥିଲା ମୁଖ୍ୟ ଆକର୍ଷଣ । ସେହିପରି ଏହି ପଥ ମହୋତ୍ସବକୁ ଉପଭୋଗ କରୁଥିଲେ ଲୋକେ । ତେବେ ବାଲେଶ୍ୱର ଏସ୍‌ପି ସାଗରିକା ନାଥ, ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ପତାକା ଦେଖାଇ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବାଲେଶ୍ବରରେ ଏହା ପ୍ରଥମ କରି ଅନୁଷ୍ଠିତ ହୋଇଥିଲା। ବିଶେଷକରି ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସୁରକ୍ଷା ସଂପର୍କିତ ସଚେତନତାକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ବିଭିନ୍ନ ବର୍ଗଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିପାଇଁ ପୋଲିସ ପ୍ରଶାସନ ଓ ପୌର ପ୍ରଶାସନ ମିଳିତ ସହଯୋଗରେ ଜୋରଦାର ପ୍ରସ୍ତୁତି କରାଯାଇଥିଲା ।

ଏଥିରେ ଅନ୍‌ଲାଇନ୍‌ ଜରିଆରେ ୨ ଶହରୁ ଅଧିକ ପ୍ରତିଯୋଗୀ ଆବେଦନ କରିଥିବା ବେଳେ ଅଫ୍‌ଲାଇନ୍‌ ମାଧ୍ୟରେ ପ୍ରତି ସ୍କୁଲ ଓ କଲେଜରୁ ୫୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ରାସ୍ତାରେ ଗୀତ, ନୃତ୍ୟ, ରଙ୍ଗୋଲି, କୁଇଜ୍‌, ସାଇକେଲିଂ, ସ୍କେଟିଂ, ଯୋଗାଭ୍ୟାସ, ଚିତ୍ରାଙ୍କନ, କବାଡ଼ି‌, ଖୋଖୋ ଆଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ରାସ୍ତାରେ ଛୋଟ ପିଲାଠୁ ନେଇ ବୃଦ୍ଧବୃଦ୍ଧାଙ୍କ ଭିଡ଼ ଜମିଥିଲା। ସେପଟେ ଯାତାୟାତରେ କୌଣସି ଅସୁବିଧା ନ ହେବା ପାଇଁ ମଧ୍ୟ ପୋଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ଏହି ପଥୋ‌ତ୍ସବରେ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ଓ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ- କଳାହାଣ୍ଡି ଉତ୍ସବ ଅବସରରେ ରାହାଗିରି ଅନୁଷ୍ଠିତ

ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମିଶନ ଶକ୍ତିର ମହିଳାମାନେ ସାମିଲ ହୋଇ ପାରମ୍ପରିକ ପିଠା ଓ ଖାଦ୍ୟର ପସରା ମେଲାଇଥିଲେ । ଦିବ୍ୟାଙ୍ଗ ମାନଙ୍କ ଦ୍ୱାରା ସାଇବର ସୁରକ୍ଷା ସମ୍ପର୍କିତ ସଚେତନତାମୂଳକ ନାଟକ ପରିବେଷଣ କରାଯାଇଥିଲା। ଦିବ୍ୟାଙ୍ଗ ମାନଙ୍କ ଏମିତି ନାଟକ ପରିବେଷଣ ବେଶ ଆଦୃତ ହୋଇଥିଲା। ସ୍କୁଲ କଲେଜ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେବା ସହ ଚିତ୍ରକଳା ମାଧ୍ୟମରେ ସଚେତନ କରାଯାଇଥିଲା। ଏହିପରି କାର୍ଯ୍ୟକ୍ରମ ବାଲେଶ୍ୱରରେ ପ୍ରଥମ ଥର କରି ଆୟୋଜନ କରାଯାଇଥିବାରୁ ସହରବାସୀ ଭରପୁର ଆନନ୍ଦ ଉଠାଇଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.