ETV Bharat / state

ଶିକ୍ଷକଙ୍କ ନାଁରେ ମିଥ୍ୟା ଅଭିଯୋଗ ପ୍ରତିବାଦରେ ଡିଇଓ ଅଫିସ ଘେରିଲା ପିଟିଏ

ଶିକ୍ଷକଙ୍କ ନାଁରେ ଅଭିଭାବକ ଆଣିଥିବା ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ ପିଟିଏ କମିଟି ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛି ।

author img

By

Published : Jul 5, 2019, 5:07 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଶିକ୍ଷକଙ୍କ ନାଁରେ ମିଥ୍ୟା ଅସଦାଚରଣ ଅଭିଯୋଗ । ଶିକ୍ଷକଙ୍କ ନାଁରେ ଅଭିଭାବକ ଆଣିଥିବା ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ ପିଟିଏ କମିଟି ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଜନାର୍ଦ୍ଧନ ହାଇସ୍କୁଲର 2ଜଣ ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ କରିଥିଲେ ଅଭିଭାବକ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ଅସଦାଚରଣ ଅଭିଯୋଗ ଆସିଥିବା ଉକ୍ତ ଶିକ୍ଷକ ଦୁଇଜଣ ହେଲେ ଜନାର୍ଦ୍ଦନ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦୁ ବିକାଶ ପାତ୍ର ଓ ଖେଳ ଶିକ୍ଷକ ପ୍ରଭାସ ରଞ୍ଜନ ସାମଲ । ଗତ ମାଟ୍ରିକ ପରୀକ୍ଷାରେ ସେଣ୍ଟର ହୋଇଥିବା ସ୍ଥାନରେ ଛାତ୍ରୀମାନଙ୍କୁ ସମ୍ପୃକ୍ତ 2 ଶିକ୍ଷକ ଅସଦାଚରଣ କରିଥିବା ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରି କିଛି ଅଭିଭାବକ ତାଙ୍କର ବଦଳି ଦାବି କରିଥିଲେ। । ମାତ୍ର ପିଟିଏ କମିଟି ଏହି ଅଭିଯୋଗକୁ ଭିତ୍ତିହୀନ କହି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଜଣାଇଛନ୍ତି ।

କିଛି ଅଭିଭାବକ ଶିକ୍ଷକଙ୍କ ବିରୋଧରେ ଆଣିଥିବା ଏମିତି ଅଭିଯୋଗ ଭିତ୍ତିହୀନ ବୋଲି ପିଟିଏ କମିଟି କହିଛି । ଏହି ଘଟଣାର ଉପଯୁକ୍ତ ତଦନ୍ତ କରିବା ସହ ଶିକ୍ଷକଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରିଥିବା ଅଭିଭାବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜନାର୍ଦ୍ଧନ ହାଇସ୍କୁଲରେ 2ଜଣ ଶିକ୍ଷକଙ୍କୁ ନେଇ ଏବେ ଟଣା ଓଟରା ଲାଗିଥିବା ଦେଖିବାକୁ ମିଳିଛି। ଉକ୍ତ ଶିକ୍ଷଙ୍କ ନାମରେ ଅସଦାଚରଣ ଅଭିଯୋଗ କରି ଅଭିଭାବକମାନେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରି ସେମାନଙ୍କ ବଦଳି ଦାବି କରିଥିଲେ। ମାତ୍ର ପିଟିଏ କମିଟି ଆଜି ସେମାନଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ଦର୍ଶାଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯାଇଛି।

Body:ଜନାର୍ଦ୍ଦନ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦୁ ବିକାଶ ପାତ୍ର ଓ ଖେଳ ଶିକ୍ଷକ ପ୍ରଭାସ ରଞ୍ଜନ ସାମଲଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଥିଲା। ଗତ ମାଟ୍ରିକ ପରୀକ୍ଷାରେ ସେଣ୍ଟର ହୋଇଥିବା ସ୍ଥାନରେ ଛାତ୍ରୀମାନଙ୍କୁ ସମ୍ପୃକ୍ତ 2 ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ କରି କିଛି ଅଭିଭାବକ ତାଙ୍କର ବଦଳି ଦାବି କରିଥିଲେ। ଏହାକୁ ନେଇ ପିଟିଏ କମିଟି ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ଜଣାଇଛନ୍ତି। କିଛି ଅଭିଭାବକ ଶିକ୍ଷକଙ୍କ ବିରୋଧରେ ଆଣିଥିବା ଏମିତି ଅଭିଯୋଗ ଭିତ୍ତିହୀନ ବୋଲି ପିଟିଏ କମିଟି କହିଛି।

Conclusion:ଏହି ଘଟଣାର ଉପଯୁକ୍ତ ତଦନ୍ତ କରିବା ସହ ଶିକ୍ଷକଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରିଥିବା ଅଭିଭାବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି ହୋଇଛି।
ବାଇଟ- ଶ୍ରୀପତି ଜେନା(ପିଟିଏ ସଭାପତି)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.