ETV Bharat / state

ଶିକ୍ଷକ ନିଯୁକ୍ତି ପାଇଁ ସ୍କୁଲ ଗେଟରେ ତାଲା, ବାହାରେ ବସ୍ତାନୀ ଧରି ପଢିଲେ ପିଲା

author img

By

Published : Dec 20, 2022, 9:42 PM IST

ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଆଘିରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ । ଅଧିକ ପଢନ୍ତୁ

protest over teacher recruitment
protest over teacher recruitment
protest over teacher recruitment

ବାଲେଶ୍ବର: ଶିକ୍ଷକ ନିଯୁକ୍ତି ଦାବି ରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ପ୍ରତିବାଦ। ତେବେ ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଆଘିରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସ୍କୁଲ ଗେଟରେ ତାଲା ପକାଇ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧାରଣା ଦିଆଯାଇଥିବା ବେଳେ ପିଲାମାନେ ଧାରଣାସ୍ଥଳରେ ବସି ପଢ଼ୁଥିବା ଦେଖିବାକୁ ମିଳିଛି।

ତେବେ ସୂଚନା ଅନୁସାରେ,ସଭିଏଁ ପଢନ୍ତୁ ସଭିଏଁ ବଢ଼ନ୍ତୁ ଏହି ନାରା ସମସ୍ତ ସରକାରୀ ସ୍କୁଲ ମାନଙ୍କରେ ଲେଖା ହୋଇଛି । ସରକାରୀ ବାବୁମାନଙ୍କ ଉଦାସୀନତା ପାଇଁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତାଙ୍କ ହକ ପାଇ ନଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ବିଭିନ୍ନ ଅଞ୍ଚଳର ବିଦ୍ୟାଳୟମାନଙ୍କରେ ଶିକ୍ଷକ ଅଭାବ ଥିବା ଦେଖିବାକୁ ମିଳୁଛି । ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୧୨୦ ଜଣ ପିଲା ପାଠ ପଢୁଛନ୍ତି।

ତେବେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଦୁଇ ଶିକ୍ଷକ ରହିଥିବା ବେଳେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ 2 ଜଣ ଶିକ୍ଷକ ରହିଥିଲେ। ଏକ ବର୍ଷ ପୂର୍ବରୁ ପ୍ରଧାନ ଶିକ୍ଷକ ଅବସର‌ ନେଇଥିବା ବେଳେ ସହକାରୀ ଶିକ୍ଷକ ପକ୍ଷାଘାତ ରୋଗରେ ପିଡୀତ ହୋଇ ଦୁଇ ମାସ ହେଲା ଛୁଟିରେ ଅଛନ୍ତି। ଏହାଦ୍ବାରା ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସରକାରଙ୍କ ୫୦ ଦିନିଆ ପାଠ୍ୟକ୍ରମ ଏଲ ଆର ପି ପଢା ହୋଇନାହିଁ।

ଆଜି ଠାରୁ ଏହି ଏଲ ଆର ପି ପରିକ୍ଷା ଥିବାରୁ ତାକୁ ବାତିଲ କରିବା ସହିତ ସ୍କୁଲ ଗେଟରେ ତାଲା ପକାଇ ଦେଇଛନ୍ତି ଅଭିଭାବକ। ଯାହା ଫଳରେ ପିଲାମାନେ ଗେଟ୍ ବାହାରେ ପାଠ ପଡୁଥିବାରୁ ଦେଖିବାକୁ ମିଳିଥିଲା। ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଗେଟରେ ତାଲା ପକାଇ ସ୍କୁଲ ବନ୍ଦ ରଖିବାକୁ ଜିଦ୍ ଧରି ବସିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.