ବାଲେଶ୍ବର: କୋରୋନା ସହ ଲଢ଼ିବା ଉଦ୍ଦେଶ୍ୟରେ ବାଲେଶ୍ଵର ଜିଲ୍ଲାରେ ପ୍ଲାଜମା ସଂଗ୍ରହ ପାଇଁ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ବାଲେଶ୍ଵର ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସମାଜସେବୀ ବିଧାୟକ, ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଉପସ୍ଥିତ ଥିଲେ। ବାଲେଶ୍ଵର ଜିଲ୍ଲାରୁ ୩୭୧ ଜଣ ପ୍ଲାଜମା ଦେବାପାଇଁ ଆଗ୍ରହୀ ଥିବା ଜଣାପଡିଛି। ଆଗାମୀ ଦିନରେ ଡୋନର ମାନଙ୍କ ସଂଖ୍ୟା ବୃଦ୍ଧି ଦିଗରେ ଆଲୋଚନା କରାଯାଇଥିଲା।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ