ବାଲେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସ୍କୁଲ ଭିତରେ ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା । ସ୍କୁଲ ଭିତରୁ ପାଣି ନିଷ୍କାସନ ହୋଇ ନ ପାରିବାରୁ ସ୍କୁଲ ଗେଟରେ ତାଲା ପକାଇ ଛାତ୍ରଛାତ୍ରୀମାନେ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଏମିତି ଘଟଣା ଘଟିଛି ସୋର ଅଞ୍ଚଳରେ।
ସୋର ପୌରପରିଷଦର କମରପୁର ଉଚ୍ଚପ୍ରାଥମିକ ସ୍କୁଲରେ ଲଗାଣ ବର୍ଷା ଯୋଗୁଁ ପାଣି ଜମି ରହିଥିଲା । ଏମିତିକି ପାଣି ଜମିବା ଯୋଗୁଁ କୁନି କୁନି ପିଲାମାନେ ସ୍କୁଲ ଶ୍ରେଣୀଗୃହକୁ ଯାଇ ପରିନଥିଲେ । ଏହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ବାହାରେ ରଖି ସ୍କୁଲ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦୀର୍ଘ ସମୟ ସେଠାରେ ଉତ୍ତେଜନା ଲାଗି ରହିଥିବା ଜଣାପଡିଛି।
ବାଲେଶ୍ବର ରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ