ବାଲେଶ୍ବର: କୋରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସେହିପରି ବାଲେଶ୍ୱରରେ 13 ତାରିଖରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ହସ୍ପିଟାଲ କାର୍ଯ୍ୟକ୍ଷମ ହେବାପରେ ୫ଟି ସଚିବ ଭି କେ ପଣ୍ଡିଆନ ଏବଂ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ହସ୍ପିଟାଲ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବାଲେଶ୍ଵର କୁରୁଡ଼ା ସ୍ଥିତ ଜ୍ୟୋତି ହସ୍ପିଟାଲକୁ କୋଭିଡ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ କରାଯାଇଛି। 120 ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ 12 ଟି ଆଇସିୟୁ ଓ 8ଟି ଏଚଡିୟୁ ଶଯ୍ୟା ବ୍ୟବସ୍ଥା କରାଯାଇଛି।
![pandian visit balasore covid hospital](https://etvbharatimages.akamaized.net/etvbharat/prod-images/od-bls-01-covid-inspection-script-7205869dry_16042020195743_1604f_1587047263_474.jpg)
![pandian visit balasore covid hospital](https://etvbharatimages.akamaized.net/etvbharat/prod-images/od-bls-01-covid-inspection-script-7205869dry_16042020195743_1604f_1587047263_517.jpg)
ତେବେ ଏହାର ସ୍ଥିତି ସମୀକ୍ଷା କରିବା ପାଇଁ ଗୁରୁବାର ୫ଟି ସଚିବ ଭି କେ ପଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପହଞ୍ଚିଥିଲେ। କୋଭିଡ଼ ହସ୍ପିଟାଲ ପରିଦର୍ଶନ କରିବା ସହ ବାଲେଶ୍ଵର ଜିଲ୍ଲାପାଳ ଓ କୋଭିଡ ହସ୍ପିଟାଲର ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ