ETV Bharat / state

ରାତି ପାହିଲେ ମାଟ୍ରିକ ପରୀକ୍ଷା, ବାଲେଶ୍ବରରେ 12ଟି ନୋଡାଲ ସେଣ୍ଟର - ବାଲେଶ୍ଵର ଜିଲ୍ଲା ଶିକ୍ଷା ବିଭାଗ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା 10 ତାରିଖ ଠାରୁ ଆରମ୍ଭ ହେଉଥିବା ବେଳେ ପରୀକ୍ଷା ସେଣ୍ଟର ଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ହବ ଓ ସ୍କ୍ବାର୍ଡ ଗଠନ ଦିଗରେ ତତ୍ପର ହୋଇଛି ବାଲେଶ୍ଵର ଜିଲ୍ଲା ଶିକ୍ଷା ବିଭାଗ । ଅଧିକ ପଢନ୍ତୁ

Odisha Matric Exams
Odisha Matric Exams
author img

By

Published : Mar 9, 2023, 5:58 PM IST

Odisha Matric Exams

ବାଲେଶ୍ବର: ରାତି ପାହିଲେ ମାଟ୍ରିକ ପରୀକ୍ଷା । ଆସନ୍ତାକାଲି(ଶୁକ୍ରବାର) ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ 17 ତାରିଖରେ ସରିବ । ଏନେଇ ପରୀକ୍ଷା ସେଣ୍ଟର ଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ହବ ଓ ସ୍କ୍ବାର୍ଡ ଗଠନ ଦିଗରେ ତତ୍ପର ହୋଇଛି ବାଲେଶ୍ଵର ଜିଲ୍ଲା ଶିକ୍ଷା ବିଭାଗ । ଏଥିପାଇଁ ଜିଲ୍ଲାର 12ଟି ବ୍ଲକର ବିଭିନ୍ନ ସ୍କୁଲରେ ସେଣ୍ଟର କରାଯାଇଛି । ଏଥିସହ ପରୀକ୍ଷା ପରିଚାଳନା ପାଇଁ ପଦକ୍ଷେପ ନିଆଯିବା ସହ ସ୍କୁଲ ଗୁଡିକରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଜିଲ୍ଲାର 12ଟି ବ୍ଲକ ମଧ୍ୟରେ ଜଲେଶ୍ୱରରେ 20ଟି ସେଣ୍ଟରରେ ୨ହଜାର 995 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ବସ୍ତାରେ 15ଟି ସେଣ୍ଟରରେ 2109 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି ଭୋଗରାଇରେ 21ଟି ସେଣ୍ଟରରେ ତିନି ହଜାର 546 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ସହ ବାଲିଆପାଳରେ 18ଟି ସେଣ୍ଟରରେ ୩ହଜାର 37 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଖଇରାରେ 16ଟି ସେଣ୍ଟରରେ 2 ହଜାର 7ଶହ 73 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

ଆହୁରି ମଧ୍ୟ ସିମୁଳିଆରେ 9ଟି ସେଣ୍ଟରରେ 1 ହଜାର 586 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ନୀଳଗିରିରେ 12ଟି ସେଣ୍ଟରରେ ୨ହଜାର 109 ଜଣ ପରୀକ୍ଷା ଦେବେ। ଔପଦାରେ 7ଟି ସେଣ୍ଟରରେ 1 ହଜାର 211 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ସହ ରେମୁଣାରେ ବ୍ଲକର 12ଟି ସେଣ୍ଟରରେ ୨ହଜାର 73 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

ସେହିପରି ବାହାନଗାରେ 12ଟି ସେଣ୍ଟରରେ 2 ହଜାର 11 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ସୋରରେ 16ଟି ସେଣ୍ଟରରେ ସମୁଦାୟ ୨ ହଜାର 643 ଜଣ ପରୀକ୍ଷା ଦେବେ । ଏଥିସହ ସଦର ବ୍ଲକର 26ଟି ସେଣ୍ଟରରେ 4 ହଜାର 457 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ତେବେ ଜିଲ୍ଲାରେ ସମୁଦାୟ 520ଟି ସ୍କୁଲ ଥିବା ବେଳେ ସେଥି ମଧ୍ୟରୁ 184ଟି ସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଯେଉଁଠି ରେଗୁଲାର ପିଲା 30 ହଜାର 470 ଓ ଏକ୍ସ ରେଗୁଲାର ପିଲା 40 ଜଣ ହୋଇଥିବା ବେଳେ ସମୁଦାୟ 30 ହଜାର 510 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି ମଧ୍ୟମାରେ 816 ଜଣ ପରୀକ୍ଷାର୍ଥୀ ଓ soscରେ 539 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ସେହିପରି 12ଟି ବ୍ଲକରେ 12ଟି ନୋଡାଲ ସେଣ୍ଟର କରାଯାଇଛି ଯେଉଁଠି ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ରହିବ ଓ ପରୀକ୍ଷା ଦିନ କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ପଠାଯିବ । ଅନ୍ୟପଟେ ପରୀକ୍ଷାକୁ ସ୍ୱଚ୍ଛ ଭାବେ ପରିଚାଳନା ଦିଗରେ 4ଟି ଫ୍ଲାଇଂ ସ୍କ୍ବାର୍ଡ ଓ 2ଟି ସେଣ୍ଟ୍ରାଲ ସ୍କ୍ବାର୍ଡ ଗଠନ କରାଯାଇଛି । ଏହାସହ ପରୀକ୍ଷା କେନ୍ଦ୍ର ଗୁଡିକରେ ମଧ୍ୟ ଶିକ୍ଷକମାନେ ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବା ସହ ପରୀକ୍ଷାରେ ସ୍ୱଚ୍ଛତା ପାଇଁ କଡ଼ାକଡ଼ି ଚେକିଂ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.