ETV Bharat / state

ବାଲେଶ୍ୱରରୁ ଖଡ଼ଗପୁରକୁ ହେବ ୬ଲେନ ରାସ୍ତା, ନୀତିନ ଗଡକରୀଙ୍କୁ ଧନ୍ୟବାଦ ଦେଲେ ପ୍ରତାପ ଷଡଙ୍ଗୀ - ନୀତିନ ଗଡକାରୀଙ୍କୁ ଧନ୍ୟବାଦ ଦେଲେ ପ୍ରତାପ ଷଡଙ୍ଗୀ

ବାଲେଶ୍ବରରୁ ଖଡଗପୁର ଯାଏଁ ୬ଲେନ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖଥିଲେ ସାଂସଦ ପ୍ରତାପ ଷଡଙ୍ଗୀ । ଏନେଇ ମଞ୍ଜୁରୀ ମିଳିବା ପରେ ବାଲେଶ୍ବରବାସୀ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି ସାଂସଦ । ଅଧିକ ପଢନ୍ତୁ

ନୀତିନ ଗଡକାରୀଙ୍କୁ ଧନ୍ୟବାଦ ଦେଲେ ପ୍ରତାପ ଷଡଙ୍ଗୀ

author img

By

Published : Mar 3, 2023, 2:07 PM IST

Updated : Mar 3, 2023, 2:18 PM IST

ବାଲେଶ୍ବର: ୬ଲେନ ରାସ୍ତା ନିର୍ମାଣ ପାଇଁ ନିଆଯାଇଥିବା ନିଷ୍ପତ୍ତି ପୂରଣ ହେବାକୁ ଯାଉଛି । ବାଲେଶ୍ବରରୁ ଖଡଗପୁର ଯାଏଁ ହେବ ୬ଲେନ ରାସ୍ତା । ସଡ଼କ ଓ ପରିବହନ ମନ୍ତ୍ରାଳୟର ମଞ୍ଜୁରୀ ମିଳିବା ପରେ ୪ ଲେନ୍ ରାସ୍ତାର ପ୍ରଶସ୍ତିକରଣ କରାଯାଇ ଏବେ ୬ ଲେନ୍ ହେବା ନେଇ ନିଷ୍ପତ୍ତି ହୋଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଫେବୃଆରୀ ମାସ ୨୦ ତାରିଖରେ ଏକ ଚିଠି ମାଧ୍ୟମରେ ପ୍ରତାପ ଷଡଙ୍ଗୀକୁ ସୂଚନା ଦେଇଛନ୍ତି । ଏହାପରେ ଡିପିଆପ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ନୀତିନ ଗଡକାରୀଙ୍କୁ ଧନ୍ୟବାଦ ଦେଲେ ପ୍ରତାପ ଷଡଙ୍ଗୀ ।

ବାଲେଶ୍ବରରୁ ଖଡଗପୁର ଯାଏଁ ରାସ୍ତାରେ ମାଲ ପରିବହନ ସୁରୁଖୁରୁରେ ହେବାନେଇ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ 2021 ମସିହା ନଭେମ୍ବର 17 ତାରିଖରେ ଭାରତ ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରଣାଳୟକୁ ଏକ ଚିଠି ଲେଖିଥିଲେ । ୪ ଲେନ ରାସ୍ତାକୁ ପ୍ରଶସ୍ତ କରାଯାଇ ୬ ଲେନ କରିବା ପାଇଁ ଚିଠିରେ ଉଲ୍ଲେଖ କରିଥିଲେ । ପ୍ରତାପ ଷଡ଼ଙ୍ଗୀଙ୍କ ଦାବି ପତ୍ର ଅନୁସାରେ ଏବେ ତାହା ମଞ୍ଜୁର ହୋଇ ଏହି ଦିଗରେ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପୂର୍ବ ଅନୁରୋଧ ତଥା ପ୍ରସ୍ତାବକ୍ରମେ ଜାତୀୟ ରାଜପଥ ବାଲେଶ୍ୱର-ଖଡଗପୁର (ଜାତୀୟ ରାଜପଥ-୬୦) ୪ ଲେନ୍ ବିଶିଷ୍ଟ ରାସ୍ତାର ପ୍ରଶସ୍ତିକରଣ କରାଯାଇ ୬ ଲେନ୍ ବିଶିଷ୍ଟ ରାସ୍ତା ପାଇଁ ସଡ଼କ ଓ ପରିବହନ ମନ୍ତ୍ରାଳୟ ଡିପିଆର୍ ପ୍ରସ୍ତୁତି କାମ ଆରମ୍ଭ କରିଛନ୍ତି । ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଫେବୃଆରୀ ମାସ ୨୦ ତାରିଖରେ ଏକ ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି । ଏହାପରେ ବାଲେଶ୍ବରବାସୀଙ୍କ ତରଫରୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଂସଦ ଧନ୍ୟବାଦ ଅର୍ପଣ କରିଛନ୍ତି ।

ସୂଚନା ଥାଉକି, ବର୍ତ୍ତମାନ ଭଦ୍ରକରୁ ବାଲେଶ୍ଵର ଯାଏଁ ଚାଲିଥିବା ଜାତୀୟ ରାଜପଥର କାମରେ ଅହେତୁକ ବିଳମ୍ବ ନେଇ ଜନ ଅସନ୍ତୋଷ ପ୍ରକାଶ ପାଉଛି । 70 କିଲୋମିଟର ରାସ୍ତାରେ ପ୍ରାୟ ବିଭିନ୍ନ ସ୍ଥାନରେ ଡାଇଭର୍ସନ ଥିବା ବେଳେ ଅନେକ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ଦୀର୍ଘବର୍ଷ ଧରି ଉକ୍ତ ରାସ୍ତା କାମ ପାଇଁ ଗୋପାଳ କନଷ୍ଟ୍ରକସନ ଦାୟିତ୍ୱ ନେଇଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ କରିବାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ରାସ୍ତା କାମ ଚାଲିଥିବା ବେଳେ କେଉଁଠି କେତେବେଳେ ଡାଇଭର୍ସନ ହେଉଛି ତାହା ରାସ୍ତାରେ ଯାତାୟତ କରୁଥିବା ଲୋକେ ଜାଣିପାରୁ ନାହାନ୍ତି । କୌଣସି ସାଇନ ବୋର୍ଡ ଲଗା ଯାଉନଥିବାରୁ ଅନେକ ସମୟରେ ଲୋକେ ରାସ୍ତାର ଗତିପଥ ବୁଝିବାରେ କଷ୍ଟ ହେଉଛି । ତୁରନ୍ତ ଏହି ରାସ୍ତା କାମ ଶେଷ କରିବାକୁ ଦାବି ହେଉଥିବା ବେଳେ ଏବେବି ଏହାର ସଂପୂର୍ଣ୍ଣ କାର୍ଯ୍ୟ କେବେ ସରିବ ସେନେଇ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Mar 3, 2023, 2:18 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.