ETV Bharat / state

କ୍ୟାନ୍ସର ସହ ଲଢୁଛି ପୁଅ; ଚିକିତ୍ସା ପାଇଁ ବାର ଦୁଆରେ ଭିକ ମାଗୁଛି ମାଆ

ମୃତ୍ୟୁଶଯ୍ୟାରେ ପଡିଛି ରୋଜଗାରିଆ ପୁଅ । ଚିକିତ୍ସା ପାଇଁ ବାର ଦୁଆର ବୁଲି ଭିକ ମାଗୁଛି ବୃଦ୍ଧା ମାଆ । ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ନଦୀଗାଁ ଗ୍ରାମରୁ । ଅଧିକ ପଢନ୍ତୁ

ପୁଅର ଚିକିତ୍ସା ପାଇଁ ଭିକ ମାଗୁଛି ମାଆ
ପୁଅର ଚିକିତ୍ସା ପାଇଁ ଭିକ ମାଗୁଛି ମାଆ
author img

By

Published : Jul 18, 2023, 8:28 AM IST

Updated : Jul 18, 2023, 4:59 PM IST

ଚିକିତ୍ସା ପାଇଁ ବାର ଦୁଆରେ ଭିକ ମାଗୁଛି ମାଆ

ବାଲେଶ୍ବର: ପରିବାରର ଏକମାତ୍ର ରୋଜଗାରିଆ ପୁଅ ଆଜି ଶଯ୍ୟାଶାୟୀ । ପ୍ରାଣଘାତି କର୍କଟ ରୋଗରେ ପୀଡିତ ହୋଇ ଜୀବନ ମରଣ ସହ ଲଢୁଛି । ହେଲେ ଚିକିତ୍ସା ପାଇଁ ଘରେ ଟଙ୍କାଟିଏ ବି ନାହିଁ । ଏମିତିରେ ବା କୋଉ ମାଆ ଆଖିରୁ ଲୁହ ଶୁଖନ୍ତା । କର୍କଟ ରୋଗ ଚିହ୍ନଟ ହେବା ପରଠୁ ପୁରା ପରିବାର ଆଖିରୁ ନିଦ ହଜିଯାଇଛି । ଏତେ ଟଙ୍କା କେଉଁଠୁ ଆଣିବେ, କେମିତି ପୁଅର ଚିକିତ୍ସା କରିବେ ସେ କଥା ଭାବି ଭାବି ଶେଷରେ ଭିକ୍ଷାବୃତ୍ତିକୁ ଆପଣାଇ ନେଇଛି ବୁଢୀ ମାଆ । ବାର ଦୁଆର ବୁଲି ବୁଲି ପୁଅର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବାକୁ ଭିକ ମାଗୁଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ନଦୀଗାଁ ଗ୍ରାମରୁ ।

ନଦୀଗାଁ ଗ୍ରାମର ସୁଦାମ ଜେନା କର୍କଟ ରୋଗରେ ପୀଡ଼ିତ ହୋଇଛନ୍ତି । ଅନ୍ୟର ସାହାରା ବିନା ସେ ଉଠି ବସି ପାରୁନାହାନ୍ତି । ଚିକିତ୍ସା ପାଇଁ ଅଧିକ ଟଙ୍କାର ଆବଶ୍ୟକତା ରହିଥିବା ବେଳେ ଅର୍ଥାଭାବ କାରଣରୁ ସଠିକ୍ ଚିକିତ୍ସା ପାଇପାରୁ ନାହାନ୍ତି । ସେପଟେ ଏକମାତ୍ର ରୋଜଗାରିଆ ସୁଦାମ ଶଯ୍ୟାଶାୟୀ ହେବା ପରେ ପରିବାରର ୯ ଜଣ ପ୍ରାଣୀ ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉନାହାନ୍ତି । ତେଣୁ ବାଧ୍ୟ ହୋଇ ସୁଦାମଙ୍କ ବୃଦ୍ଧା ମାଆ ସହାୟତା ପାଇଁ ଏବେ ଗାଁ ଗାଁ ବୁଲି ଭିକ ମାଗୁଛନ୍ତି ।

ଏହାମଧ୍ୟ ପଢନ୍ତୁ: ଅକାଳରେ ଆରପାରିକୁ ଚାଲିଗଲେ ବାପା-ମାଆ, ଏବେ ବଞ୍ଚିବାର ରାହା ଖୋଜୁଛନ୍ତି ୩ ଭାଇଭଉଣୀ

ସୁଦାମ କିଛି ଦିନ ପୂର୍ବରୁ ଗ୍ୟାଷ୍ଟିକ ସମସ୍ୟାରେ ପଡ଼ି ଚିକିତ୍ସା ପାଇଁ କଟକ ଯାଇଥିଲେ । ସେଠାରେ ସେ କ୍ୟାନ୍ସରରେ ପୀଡିତ ଥିବା ଜଣାପଡିଥିଲା । ଅପରେସନ ପରେ ବର୍ତ୍ତମାନ ସେ ପେଟ ମାଧ୍ୟମରେ ମଳତ୍ୟାଗ କରୁଛନ୍ତି । ଏବେ ତାଙ୍କର କ୍ୟାନ୍ସରର ପ୍ରଥମ ଷ୍ଟେଜ ଏବଂ କେମୋ ନେବା ଆରମ୍ଭ କରିଛନ୍ତି । ସେ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ । ରୋଗାକ୍ରାନ୍ତ ହେବା ପରେ ପରିବାର ଅଭାବ ଅନଟନ ମଧ୍ୟରେ ଗତି କରୁଛନ୍ତି । ଦିନକୁ ଦୁଇ ଓଳି ଖାଇବାକୁ ମଧ୍ୟ ପାଖରେ ସମ୍ବଳ ନାହିଁ । ବିଡମ୍ବନାର ବିଷୟ ହେଉଛି ସୁଦାମଙ୍କ ବୃଦ୍ଧା ମାଆ ଏହି ପରିଣତ ବୟସରେ ପୁଅର ଚିକିତ୍ସା ପାଇଁ ଘର ଘର ବୁଲି ଭିକ୍ଷା ମାଗୁଛନ୍ତି ।

ସେପଟେ ଆଖି ଆଗରେ ସ୍ବାମୀଙ୍କୁ ଏମିତି ଯନ୍ତ୍ରଣାରେ ଛଟପଟ ହେଉଥିବାର ଦେଖି ସ୍ତ୍ରୀଙ୍କ ଆଖିରୁ ବି ଲୁହ ଶୁଖୁନାହିଁ । କେମିତି ନିଜ ସ୍ୱାମୀଙ୍କ ଚିକିତ୍ସା କରିବେ ଏବଂ ଛଅ ଝିଅଙ୍କୁ ପୋଷିବେ ସେନେଇ ଚିନ୍ତାରେ ପଡିଛନ୍ତି ସ୍ତ୍ରୀ ମଞ୍ଜୁ ଜେନା । ଆବାସ ଯୋଜନାରେ ଘରଟିଏ ପାଇଛନ୍ତି, ହେଲେ ଦୁର୍ବଳ ଆର୍ଥିକ ସ୍ଥିତି ପାଇଁ ତାହା ବି ସମ୍ପୂର୍ଣ୍ଣ ହୋଇପାରିନି । ଏହି ଦୁଃଖୀ ପରିବାର ସମ୍ପର୍କରେ ସୋରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ ଜାଣିବା ପରେ ସୁଦାମଙ୍କ ନିକଟରେ ପହଞ୍ଚି ଚିକିତ୍ସା ପାଇଁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ସହ ଏକ ମାସର ରାସନ ସାମଗ୍ରୀ, ପିଲାଙ୍କୁ ବସ୍ତ୍ର ଏବଂ ପାଠ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । ସୁଦାମଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦେବାକୁ ବୃଦ୍ଧା ମାଆ ଓ ସ୍ବେଚ୍ଛାସେବୀ ସଂଗଠନ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated : Jul 18, 2023, 4:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.