ETV Bharat / state

ବାପାର ଅନ୍ଧବିଶ୍ବାସ ନେଲା ଝିଅର ଜୀବନ - ଆରୁହା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳିକାର ମୃତ୍ୟୁ

ବାଲେଶ୍ୱର ଜିଲ୍ଲା ଆରୁହା ଗ୍ରାମରେ ଏକ ବିଷାକ୍ତ ସାପ କାମୁଡାରେ ଜଣେ 17 ବର୍ଷୀୟ ଝିଅର ମୃତ୍ୟୁ ହୋଇଛି । ସମୟ ଥାଇ ମଧ୍ୟ ବାପାର ଅନ୍ଧବିଶ୍ବାସ ନେଇଗଲା ଝିଅର ଜୀବନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 21, 2019, 10:42 PM IST

ବାଲେଶ୍ବର: ଏକବିଂଶ ଶତାବ୍ଦୀରେ ବି ସମାଜରୁ ଥମିବାର ନାଁ ନେଉନାହିଁ ଅନ୍ଧବିଶ୍ବାସ । ଯାହାର ଜ୍ବଳନ୍ତ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଆରୁହା ପଞ୍ଚାୟତର ଆରୁହା ଗ୍ରାମରେ । ଏହି ଗ୍ରାମ ଏକ ଶିକ୍ଷିତ ଗ୍ରାମ ହୋଇଥିଲେ ମଧ୍ୟ ଏଠି ଲୋକମାନେ ଅନ୍ଧବିଶ୍ୱାସର ଶିକାର ହୋଇଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାଯୋଗ୍ୟ, ଆରୁହା ଗ୍ରାମରେ ବିମଳ ସିଂଙ୍କ ଏକମାତ୍ର 17 ବର୍ଷୀୟ ଝିଅ ବନିତା ସିଂ ଓରଫ ପୂଜା ଶନିବାର ସନ୍ଧ୍ୟାବେଳେ ସାଳିକୋ ଠାରୁ ଘରକୁ ଫେରୁଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡିଥିଲା । ଏହା ଜାଣିପାରି ସ୍ଥାନୀୟ ଲୋକେ ତାକୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ଡାକିଥିଲେ । ମାତ୍ର ପୂଜାର ବାପା ଜିଦ୍ କରି ପୂଜାକୁ ସେଠାରୁ 20 କିମି ଦୂର ପିଞ୍ଛବଣିଆରେ ଥିବା ଏକ ଚର୍ଚ୍ଚକୁ ନେଇଥିଲେ । ସେଠାରେ ଥିବା ଫାଦର ଦୀପ ଜାଳି ତାକୁ ଝଡ଼ାଫୁଙ୍କା କରିଥିଲେ । ପରେ ସେ ମନା କରିବାରୁ ଅନ୍ୟତ୍ର ଏକ ଗୁଣିଆ ପାଖକୁ ନେଇଥିଲେ । ଗୁଣିଆ ମଧ୍ୟ ମନା କରିବାରୁ ଶେଷରେ ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲକୁ ନେଇଥିଲେ । ହେଲେ ଡାକ୍ତର ରାତି 12ଟାରେ ପୂଜାକୁ ମୃତ ବୋଲି ଘୋଷଣା କରିଥିଲେ ।

ତେବେ ଆରୁହା ଗାଁରୁ ଜିକେ ଭଟ୍ଟ ହସ୍ପିଟାଲ ମାତ୍ର ଚାରି କିମି ଦୂର ହୋଇଥିଲେ ମଧ୍ୟ ପୂଜାର ବାପା ତାକୁ କାହିଁକି ପ୍ରଥମେ ହସ୍ପିଟାଲ ନେଇନଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ଆଜିର ଦିନରେ ବିଜ୍ଞାନ ଯେତେ ଅଗ୍ରଗତି ହେଉଥିଲେ ମଧ୍ୟ ମଣିଷ ସମାଜରେ ଏବେବି ବଞ୍ଚିଛି ଅନ୍ଧବିଶ୍ୱାସ। ସ୍ଵାଧୀନତାର 72 ବର୍ଷ ପରେ ମଧ୍ୟ ଲୋକମାନଙ୍କ ଦେଖା ଦେଉଛି ଅନ୍ଧବିଶ୍ୱାସ,ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଆରୁହା ପଞ୍ଚାୟତର ଆରୁହା ଗ୍ରାମରେ। ଏହି ଗ୍ରାମ ଏକ ଶିକ୍ଷିତ ଗ୍ରାମ ହୋଇଥିଲେ ମଧ୍ୟ ଏଠି ଲୋକ ମାନେ ଅନ୍ଧବିଶ୍ୱାସର ଶିକାର ହୋଇଥିବା ଦେଖିବାକୁ ମିଳିଛି।
Body:ସୂଚନା ଅନୁସାରେ, ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଆରୁହା ପଞ୍ଚାୟତର ଆରୁହା ଗ୍ରାମର ବିମଳ ସିଂର ଏକ ମାତ୍ର ଝିଅ ବନିତା ସିଂ (ପୂଜା-17)ଶନିବାର ଦିନ ସନ୍ଧ୍ୟାବେଳେ ସାଳିକୋଠାରୁ ଘରକୁ ଫେରୁଥିବା ବେଳେ ଅସାବଧାନତା ଯୋଗୁଁ ତାକୁ ଏକ ବିଷାକ୍ତ ସାପ କାମୁଡିଥିଲା। ଏହା ଜାଣି ପାରି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡାକିଥିଲେ ହସ୍ପିଟାଲ ନେବାକୁ। ମାତ୍ର ପୂଜାର ବାପା ଜିଦ କରି ପୂଜାକୁ ସେଠାରୁ 20କି ମି ଦୂର ପିଂଛାଵଣିଅାର ଜଣେ ଫାଦରଙ୍କ ପାଖକୁ ନେଇଥିଲେ। ଫାଦର ସେଠାରେ ଦୀପ ଜାଳି ଝଡ଼ା ଫୁଙ୍କା କରିଥିଲେ। ପରେ ସେ ମନା କରିବାରୁ ଅନ୍ୟତ୍ର ଏକ ଗୁଣିଆ ପାଖକୁ ନେଇଥିଲେ ଗୁଣିଆ ମନା କରିବାରୁ ଶେଷରେ ଜଳେଶ୍ବର ଜି କେ ଭଟ୍ଟର ହସ୍ପିଟାଲକୁ ନେଇଥିଲେ। ରାତି 12ଟା ରେ ଡାକ୍ତର ପୂଜାକୁ ମୃତ ବୋଲି ଘୋଷଣା କରିଥିଲେ ୲ ତେବେ ଆରୁହା ଗାଁଆ ରୁ ଜି କେ ଭଟ୍ଟାରେ ହସ୍ପିଟାଲ ମାତ୍ର ଚାରି କିମି ଦୂର ହୋଇଥିଲେ ମଧ୍ୟ ପୂଜାର ବାପା କାହିଁକି ପ୍ରଥମେ ହସ୍ପିଟାଲ ନେଲେ ନାହିଁ ତାହା ଏବେ ଚର୍ଚାର ବିଷୟ ପାଲଟିଛି ୲ Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.