ETV Bharat / state

‘ଟାଉନ ଥାନା ପାଲଟିଛି ଅସାଧୁ ବେପାରୀଙ୍କ ଆଡ୍ଡାସ୍ଥଳୀ’ - ବାଲେଶ୍ବର ସଦର ବିଧାୟକ ମଦନ ମୋହନ ଦତ୍ତ

ବାଲେଶ୍ବରରେ ଚୋରି, ଲୁଟ୍‌ପାଟ, ଡକାୟତି, ନିଶା କାରବାର ଘଟଣାର ସଂଖ୍ୟା ଦିନକୁ ଦିନ ବଢୁଛି । ହେଲେ ଏଥିରେ ପୋଲିସ ନୀରବଦ୍ରଷ୍ଟା ସାଜିଛି ଓ ଟାଉନ ଥାନା ଅସାଧୁ ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବୋଲି କହିଛନ୍ତି ବାଲେଶ୍ବର ସଦର ବିଜେପି ବିଧାୟକ ମଦନ ମୋହନ ଦତ୍ତ ।

ଡିଜାଇନ ଫଟୋ
author img

By

Published : Aug 21, 2019, 12:28 PM IST

Updated : Aug 21, 2019, 1:34 PM IST

ବାଲେଶ୍ବର: ଜିଲ୍ଲାରେ ପୋଲିସର ମନମୁଖୀ ଶାସନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ବାଲେଶ୍ବର ସଦର ବିଧାୟକ ମଦନ ମୋହନ ଦତ୍ତ ସାଘାଂତିକ ଅଭିଯୋଗ ଆଣିଛନ୍ତି । କଳା କାରବାରରେ ଲିପ୍ତ ଅସାମାଜିକଙ୍କ ସହ ପୋଲିସର ମଧୁଚନ୍ଦ୍ରିକା ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପ୍ରତି ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଖୁଲାସା କରିଛନ୍ତି । ସେ ସିଧାସଳଖ ଏସ୍‌ପି ଓ ଟାଉନଥାନା ଆଇଆଇସିଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଭାଇଚାରାର ସହର ଏବେ ଅପରାଧପ୍ରବଣ । ବାଲେଶ୍ବରରେ ଚୋରି, ଲୁଟ୍‌ପାଟ, ଡକାୟତି, ନିଶା କାରବାର ଘଟଣାର ସଂଖ୍ୟା ଦିନକୁ ଦିନ ବଢୁଛି । ବାଲିଆପାଳରେ ପୋଲିସର ବର୍ବରୋଚିତ କାଣ୍ଡ ପାଇଁ ଲୋକେ ଆଇନକୁ ହାତକୁ ନେଇଥିବା କଥା ସେ କହିଛନ୍ତି । ପୋଲିସର ଆକ୍ସନ କ୍ରିୟାହୀନ । ଟାଉନଥାନା ଆସାଧୁ ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି, ପୋଲିସ ଓ କଳାବେପାରୀଙ୍କ ମେଣ୍ଟ ହୋଇଥିବା ସେ ଅଭିଯୋଗ କରିଛନ୍ତି। ପୋଲିସର ନିର୍ଯ୍ୟାତନାରେ ସାଧାରଣ ଲୋକେ ଅତିଷ୍ଠ ଓ ଆଗାମୀ ଦିନରେ ପୋଲିସକୁ ଲୋକେ ଉଚିତ୍‌ ଶିକ୍ଷା ଦେବେ ବୋଲି କହିଛନ୍ତି ।

ଏଥିସହ ଆଗାମୀ ଗଣେଶ ପୂଜା ପାଇଁ ଡ଼କାଯାଇଥିବା ଶାନ୍ତି କମିଟି ବୈଠକରେ ଲୋକ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଭାଇଚାରା ପ୍ରତି ବିପଦ, ଆଇନଶୃଙ୍ଖଳା ଭଙ୍ଗର ପ୍ରମୁଖ ନାୟକ ଟାଉନଥାନା ଆଇଆଇସି ଓ ବାଲେଶ୍ବର ଏସପି୍‌ ବୋଲି ସେ କହିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡି ଯାଉଥିବା ବେଳେ ପୋଲିସ ପ୍ରଶାସନର କାର୍ଯ୍ୟକୁ ନେଇ ସଦର ବିଧାୟକ ମଦନ ମୋହନ ଦତ୍ତ ଉଦବେଗ ପ୍ରକାଶ କରିଛନ୍ତି।

Body:ବାଲିଆପାଳ ଢ଼ାବାରେ ନାବାଳକ ମୃତ୍ୟୁ ଘଟଣା ଠାରୁ ଆରମ୍ଭ କରି ସହରରେ ଘଟୁଥିବା ଗୁଳିକାଣ୍ଡ ଓ ହଣା କଟା ଘଟଣାକୁ ପୋଲିସ ପ୍ରଶାସନ ଗୁରୁତର ସହ ନେଉ ନଥିବା ବିଧାୟକ ଅଭିଯୋଗ କରିଛନ୍ତି। ଏମିତିକି ଜିଲ୍ଲା ଆରକ୍ଷୀ ଅଧିକାରୀ ମଧ୍ୟ କେବଳ ନିଜ ଅଫିସ ରେ ବସିବା ଛଡା ଅନ୍ୟ କିଛି ଦାଇତ୍ୱ ଠିକ ଭାବେ କରୁ ନଥିବା ସେ କହିଛନ୍ତି। ଗଣେଶ ପୂଜା ପାଇଁ ଡ଼କାଯାଇଥିବା ଶାନ୍ତି କମିଟି ବୈଠକରେ ଲୋକ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସହରର ପ୍ରମୁଖ ଥାନା ଭାବେ ଗଣାଯାଉଥିବା ଟାଉନ ଥାନାର ଅଧିକାରୀଙ୍କ ବିଷୟରେ ବିଧାୟକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଥାନାରେ ଅଧିକାଂଶ ସମୟରେ ବିଭିନ୍ନ ଦଲାଲ ମାନେ ରାଜୁତି କରୁଥିବା ସେ ଅଭିଯୋଗ କରିଛନ୍ତି।

Conclusion:ଆଗାମୀ ଦିନରର ଏସବୁ ପ୍ରତି ଦୃଷ୍ଟି ଦିଆ ନଗଲେ ବିଧାୟକ ଏଥିପାଇଁ ଲୋକ ଆନ୍ଦୋଳନ କରିବେ ବୋଲି କହିଛନ୍ତି।
Last Updated : Aug 21, 2019, 1:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.