ETV Bharat / state

ଜୁଡିସିଆଲ୍‌ ହବ୍‌ ସ୍ଥାନାନ୍ତର ନେଇ ଓକିଲ ସଂଘର ବିରୋଧ - ଓକିଲ ସଂଘର ବିରୋଧ

ଜିଲ୍ଲାର ବିଦ୍ୟାଧରପୁରକୁ କୋର୍ଟ ସ୍ଥାନାନ୍ତର କରାଯିବା ନେଇ ଓକିଲ ସଂଘର ବିରୋଧ କରିବା ସହ ବାଲେଶ୍ଵରେ ମଧ୍ୟ ଭାଗରେ ଜୁଡିସିଆଲ ହବ୍‌ ପ୍ରତିଷ୍ଠା ପାଇଁ ଦାବି କରିଛି । ଅଧିକ ପଢ଼ନ୍ତୁ

judicial hub kriyanusthan committee
judicial hub kriyanusthan committee
author img

By ETV Bharat Odisha Team

Published : Oct 15, 2023, 8:46 AM IST

judicial hub kriyanusthan committee

ବାଲେଶ୍ବର: ଜୁଡିସିଆଲ ହବ ଅନ୍ୟତ୍ର ସ୍ଥାନାନ୍ତରକୁ ନେଇ ବିରୋଧ । ଜିଲ୍ଲାର ବିଦ୍ୟାଧରପୁରକୁ କୋର୍ଟ ସ୍ଥାନାନ୍ତର କରାଯିବା ନେଇ ଓକିଲ ସଂଘର ବିରୋଧ କରିବା ସହ ବାଲେଶ୍ଵରେ ମଧ୍ୟ ଭାଗରେ ଜୁଡିସିଆଲ ହବ ପ୍ରତିଷ୍ଠା ପାଇଁ ଦାବି କରିଛି । ଏନେଇ ବାଲେଶ୍ଵର ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜଜଙ୍କ ନିକଟରେ ପ୍ରତିବାଦ ପତ୍ର ଦାଖଲ କରାଯାଇଛି ।

ସୂଚନା ମୁତାବକ, ପ୍ରସ୍ତାବିତ ଜୁଡିସିଆଲ ହବ୍ ପ୍ରତିଷ୍ଠା ନିମନ୍ତେ ୧୦ ଏକର ଜମିର ଆବଶ୍ୟକ ଥିଲା । ଏନେଇ ବାଲେଶ୍ଵର କଚେରୀ ହତା ସଂଲଗ୍ନ ଅଞ୍ଚଳରେ ଜୁଡିସିଆଲ ହବ୍ ପ୍ରତିଷ୍ଠା ପାଇଁ ଓକିଲ ସଂଘ ତରଫରୁ ସ୍ଥାନ ନିରୁପଣ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଥିଲା । ଜିଲ୍ଲାପାଳ ମଧ୍ୟ ଉକ୍ତ ପ୍ରସ୍ତାବରେ ସମ୍ମତି ପ୍ରଦାନ କରିଥିଲେ । ହେଲେ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ସଦର ତହସିଲଦାର ନିର୍ଲିପ୍ତା ମହାନ୍ତି, ବାର୍‌ ଏସୋସିଏସନର କର୍ମକର୍ତ୍ତାମାନଙ୍କର ଏକ ମିଳିତ ସର୍ଭେ ଓ ରେକର୍ଡ ପତ୍ର ଜୁଲାଇ ୧୩ ତାରିଖରେ ଯାଞ୍ଚ କରିଥିଲେ ।

ବାଲେଶ୍ଵର ଓକିଲ ସଂଘ ନିଜ ଆପତ୍ତି ଆବେଦନରେ ପ୍ରସ୍ତାବିତ ବିଦ୍ୟାଧରପୁର ଅଞ୍ଚଳ ବାଲେଶ୍ବର ସଦର ମହକୁମାଠାରୁ ୧୩କିମି ଦୂରରେ ଅବସ୍ଥିତ । ସେଠାକୁ ଗମନାଗମନର ପର୍ଯ୍ୟାପ୍ତ ପରିବହନ ବ୍ୟବସ୍ଥା ନାହିଁ । ବାଲେଶ୍ବର ଜିଲ୍ଲା ଜଜ୍‌ଙ୍କ ଅଦାଲତ ଉପରେ ଭୋଗରାଇଠାରୁ ସିମୁଳିଆ ପର୍ଯ୍ୟନ୍ତ ନ୍ୟାୟ ପାଇବା ନିମନ୍ତେ ନିର୍ଭରଶୀଳ । ବାଲେଶ୍ଵରରୁ ବିଦ୍ୟାଧରପୁର ରେମୁଣା ବଜାର ଭଳି ଜନଗହଳି ପୂର୍ଣ୍ଣ ଓ ସଙ୍କୁଚିତ ରାସ୍ତା ଅତିକ୍ରମ କରି ଅଦାଲତରେ ଉପସ୍ଥିତ ହେବା ମହକିଲ ମାନଙ୍କ ସହିତ ଆଇନଜୀବୀ, ମହୁରୀର, ଟାଇପିଷ୍ଟ ଓ ଷ୍ଟାମ୍ପ ଭେଣ୍ଡର ମାନଙ୍କ ପାଇଁ ଅତ୍ୟନ୍ତ ସମସ୍ୟା ହେବ ବୋଲି ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ- ଝାରସୁଗୁଡାରେ ଓକିଲ ସଂଘ ନିର୍ବାଚନ, ଦ୍ୱିତୀୟ ଥର ପାଇଁ ସଭାପତି ହେଲେ ଭାବେ ତ୍ରିନାଥ ଗୁଆଲ

ଏମିତିକି ବାଲେଶ୍ଵର ଅଦାଲତଙ୍କ ଚତୁଃପାର୍ଶ୍ଵରେ ଥିବା ବିଭିନ୍ନ ରାଜସ୍ଵ କୋର୍ଟମାନ ଯଥା-ତହସିଲ କୋର୍ଟ, ଉପଜିଲ୍ଲାପାଳ କୋର୍ଟ, ଅତିରିକ୍ତ ଜିଲ୍ଲାପାଳ କୋର୍ଟ, ଜିଲ୍ଲାପାଳ କୋର୍ଟ, ଖାଉଟି ଅଦାଲତ୍‌, ଲେବର କୋର୍ଟ ଓ ଚକବନ୍ଦୀ କମିଶନର କୋର୍ଟ ଥିବା ବେଳେ ଆଇନଜୀବୀ ମାନେ ୧୩ କିମି. ଦୂରରୁ ଆସି ଏଠାରେ ମକଦ୍ଦମା ପରିଚାଳନା କରିବା ସମ୍ପୂର୍ଣ୍ଣ ରୂପେ ଅସମ୍ଭବ ବୋଲି କୁହାଯାଇଛି । ଏ ସମସ୍ତ କଥାକୁ ଦୃଷ୍ଟିରେ ରଖି ଗତ ମେ ୩ ତାରିଖରେ ବାର ଏସୋସିଏସନ ତରଫରୁ ମୁଖ୍ୟ ବିଚାରପତି, ଓଡିଶା ହାଇକୋର୍ଟ, ୫ଟି ସଚିବ, ଓଡିଶା ସରକାର, ଜିଲ୍ଲା ଜଜ୍ ଓ ଜିଲ୍ଲାପାଳ ତଙ୍କୁ ସ୍ମାରକପତ୍ର ଦିଆଯାଇଛି। ତେବେ ଏହି ସବୁ କାରଣରୁ ପ୍ରସ୍ତାବିତ ବିଦ୍ୟାଧରପୁର ମୌଜାର ଜୁଡିସିଆଲ୍ ହବ ନିମନ୍ତେ ଜମି ଅଧଗ୍ରହଣ ବିଜ୍ଞପ୍ତିକୁ ତୁରନ୍ତ ରଦ୍ଦ କରି ବାଲେଶ୍ବର ସଦର ମହକୁମାସ୍ଥିତ କଚେରୀ ହତା ସଂଲଗ୍ନ ଅଞ୍ଚଳରେ ଜୁଡିସିଆଲ ହବ୍ ପ୍ରତିଷ୍ଠା ପାଇଁ ବାଲେଶ୍ଵର ଜୁଡିସିଆଲ ହବ କ୍ରିୟାନୁଷ୍ଠାନ କମିଟି ଦାବି କରିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.