ETV Bharat / state

ସାମ୍ବାଦିକଙ୍କୁ ବିଡ଼ିଓଙ୍କ ଆକ୍ରମଣ ଅଭିଯୋଗରେ ଥାନା ଆଗରେ ଧାରଣା

ସାମ୍ବାଦିକଙ୍କୁ ବିଡ଼ିଓଙ୍କ ଆକ୍ରମଣ ଅଭିଯୋଗରେ ଥାନା ଆଗରେ ଧାରଣା । ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସାମ୍ବାଦିକମାନେ ଅହୋରାତ୍ର ଧାରଣା ଦେବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

author img

By

Published : Dec 26, 2020, 10:19 PM IST

Journalists have been charged with felony criminal mischief for allegedly trying to seduce a minor
ସାମ୍ବାଦିକଙ୍କୁ ବିଡ଼ିଓଙ୍କ ଆକ୍ରମଣ ଅଭିଯୋଗରେ ଥାନା ଆଗରେ ଧାରଣା

ବାଲେଶ୍ଵର : ଜିଲ୍ଲା ସୋର ଅଞ୍ଚଳର ଜଣେ ସାମ୍ବାଦିକଙ୍କୁ ସରକାରୀ ଅଫିସର ଆକ୍ରମଣ ଅଭିଯୋଗରେ ନୀଳଗିରି ଥାନା ଆଗରେ ସାମ୍ବାଦିକ ସମୂହ ଧାରଣା ଦେଇଛନ୍ତି। ସୂଚନା ଅନୁସାରେ, ସୋର ଅଞ୍ଚଳର ସାମ୍ବାଦିକ ସଞ୍ଜୟ ମହାଳିକ 25 ତାରିଖରେ ବାହାନଗା ବିଡ଼ିଓ ଓ କିଛି ସରକାରୀ ଅଧିକାରୀ ନୀଳଗିରି ବିଶେଶ୍ବର ମହାଦେବଙ୍କ ପୀଠରେ ପିକନିକ କରୁଥିବାର ଭିଡିଓ ଉତ୍ତୋଳନ କରିଥିଲେ।

ଏହାପରେ ଭିଡିଓ ଉତ୍ତୋଲନକୁ ନେଇ ବିଡ଼ିଓ ଓ ତାଙ୍କ ସହଯୋଗୀମାନେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ବିଡ଼ିଓଙ୍କ ସହଯୋଗୀମାନେ 26 ତାରିଖ ସାମ୍ବାଦିକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ସାମ୍ବାଦିକଙ୍କୁ ନ୍ୟାୟ ଦାବି କରି ଥାନା ସମ୍ମୁଖରେ ସାମ୍ବାଦିକ ସମୂହ ଧାରଣାରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସାମ୍ବାଦିକମାନେ ଅହୋରାତ୍ର ଧାରଣା ଦେବେ ବୋଲି କହିଛନ୍ତି। ଅନ୍ୟପଟେ ଧାରଣାରତ ସାମ୍ବାଦିକଙ୍କ ନିକଟରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ପହଞ୍ଚିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.