ବାଲେଶ୍ବର: ଭୁବନେଶ୍ବରର ଏସପ୍ଲାନେଡ଼ ସପିଂ ମଲରେ ଗତକାଲି ଜଣେ ମହିଳା ସାମ୍ବାଦିକାଙ୍କୁ ଦୁର୍ବବ୍ୟବହାର ସହ ମାଡ ମରାଯାଇଥିଲା। ଘଟଣାକୁ ନେଇ ଏସପ୍ଲାନେଡ ସାମ୍ନାରେ ପ୍ରତିବାଦ କରାଯାଇଛି ।
ତେବେ ବେଆଇନ ପାର୍କିଂ ଫି ଆଦାୟ ବିଷୟରେ ଖବର ପ୍ରସାରଣ କରୁଥିବା ସାମ୍ବାଦିକା ସ୍ବାତୀ ଜେନାଙ୍କୁ ମଲ କର୍ମଚାରୀଙ୍କ ଆକ୍ରମଣ ଘଟଣାକୁ ନେଇ ଭୁବନେଶ୍ବରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ବାଲେଶ୍ବରରେ ତୀବ୍ର ପ୍ରତିବାଦ କରାଯାଉଛି।
ଘଟଣାକୁ ନେଇ ସମୂହ ସାମ୍ବାଦିକମାନେ ଆଜି ଏକଜୁଟ ହୋଇ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଦାବି କରିଛନ୍ତି । ସାମ୍ବାଦିକାଙ୍କୁ ଆକ୍ରମଣ କରିଥିବା ସମ୍ପୃକ୍ତ କର୍ମଚାରୀଙ୍କ ଗିରଫ ଦାବି କରାଯାଇଛି। ଘଟଣା ସମ୍ପର୍କରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ