ETV Bharat / state

ଅନୁପମାଙ୍କ ଅନନ୍ୟ କଳାକୃତିରେ ଜୀବନ୍ତ ହୋଇ ଉଠୁଛି ନିର୍ଜୀବ - ଅନୁପମାଙ୍କ ନିଆରା କଳାକୃତି

ନାଁ ଟି ତାଙ୍କର ଅନୁପମା, ନାଁ ଯେମିତି ତାଙ୍କ କାରୁକାର୍ଯ୍ୟରେ ମଧ୍ୟ ଭରି ରହିଛି ଅନେକ ଉପମା। l ବିନା ତାଲିମରେ ଅଦରକାରୀ ଜିନିଷକୁ ଦେଉଛନ୍ତି ଜୀବନ୍ତ ରୂପ। ଅଧିକ ପଢ଼ନ୍ତୁ

innovative craft by balasore girl anupama
ଅନନ୍ୟ ଅନୁପମାଙ୍କ କଳାକୃତି
author img

By

Published : Feb 14, 2022, 3:18 PM IST

ବାଲେଶ୍ବର: ନାଁ ଟି ତାଙ୍କର ଅନୁପମା, ନାଁ ଯେମିତି ତାଙ୍କ କାରୁକାର୍ଯ୍ୟରେ ମଧ୍ୟ ଭରି ରହିଛି ଅନେକ ଉପମା। ଛୋଟ ବେଳେ ଯାହା ପାଉଥିଲେ ସେଥିରେ ଗାରେଇ ପକାଇ ରଙ୍ଗୀନ କରି ପକାଉଥିଲେ। ଆଉ ଏବେ ମଧ୍ୟ ଯାହା ତାଙ୍କ ଆଖିକୁ ଦିଶୁଛି ସେସବୁକୁ ରଙ୍ଗୀନ କରି ଆକର୍ଷଣୀୟ ରୂପ ଦେଉଛନ୍ତି। ଏଥିପାଇଁ ସେ ନା କୌଣସି ଶିକ୍ଷାନୁଷ୍ଠାନରୁ ଶିକ୍ଷା ଗ୍ରହଣ କରିଛନ୍ତି ନା ନେଇଛନ୍ତି ସ୍ବତନ୍ତ୍ର ତାଲିମ।

ଅନନ୍ୟ ଅନୁପମାଙ୍କ କଳାକୃତି

ସୋସିଆଲ ମିଡ଼ିଆରୁ ଦେଖି ନିଜ ଭାବନାକୁ ନିର୍ଜୀବ ବସ୍ତୁ ଉପରେ ଆଙ୍କିବାକୁ ସକ୍ଷମ ହୋଇଛନ୍ତି। ନିର୍ଜୀବ ବସ୍ତୁକୁ ଦେଉଛନ୍ତି ନୂଆ ରୂପ। ଏଭଳି ସୁନ୍ଦର କଳାକୃତି ଦେଖିବାକୁ ମିଳିଛି ବାଲେଶ୍ବର ସତ୍ୟନଗର ଅଞ୍ଚଳର ଅନୁପମା ଦାସମହାପାତ୍ରଙ୍କ ତୁଳୀରୁ। ସେ ଏବେ ଫକୀର ମୋହନ କଲେଜରେ ଏମକମ ଦ୍ଵିତୀୟ ବର୍ଷର ଛାତ୍ରୀ। ପିଲାଟି ଦିନରୁ ଅନୁପମାଙ୍କର ଚିତ୍ର ପ୍ରତି ଦୁର୍ବଳତା ରହିଥିଲେ ମଧ୍ୟ ସେପରି ସୁଯୋଗ ପାଇନଥିଲେ ।

ମାତ୍ର ଯୁକ୍ତ ଦୁଇ ପଢିବା ବେଳେ ଚିତ୍ର ପ୍ରତି ତାଙ୍କର ଅଧିକ ଆଗ୍ରହ ବଢିଥିଲା। ଧୀରେ ଧୀରେ ଅନୁପମା ନିଜ ଭାବନାରୁ ଚିତ୍ର କରିବା ଆରମ୍ଭ କରିଥିଲେ। ସୋସିଆଲ ମିଡିରୁ ପ୍ରେରିତ ହୋଇ ଅଦରକାରୀ ଜିନିଷ ତଥା ଆଇସକ୍ରିମ କାଠି, ସିଡି କ୍ୟାସେଟ, ବଲବ୍, ନଡିଆ ଖୋଳ, କାର୍ଡବୋର୍ଡ, ବୋତଲ, ମାଠିଆ, ଫୁଲ କୁଣ୍ଡ ଏମିତି କି ମୋବାଇଲ କଭରରେ ମଧ୍ୟ ରଙ୍ଗ ଦେଇ ବେଶ ଆକର୍ଷଣୀୟ କରିପାରୁଛନ୍ତି। ସ୍କ୍ରାବ ବୁକ୍ ମଧ୍ୟ ନିଜ ହାତରେ ପ୍ରସ୍ତୁତ କରିବା ସହ ଛୋଟ ପିଲାଙ୍କ ହାତରେ କଲମ ଦ୍ବାରା ବିଭିନ୍ନ ଚିତ୍ର ଆଙ୍କି ଦିଅନ୍ତି। ତାଙ୍କର ଏହି ଚିତ୍ର ହାତରେ ଟାଟୁ କଲା ଭଳି ଦେଖାଯାଏ। ତେଣୁ ତାଙ୍କ ହାତରୁ ଚିତ୍ର ପାଇଁ ପିଲାଙ୍କ ଭିଡ଼ ଜମିଥାଏ।

ପାଠ ପଢିବା ସହ ଏପରି ଏକ ଅନନ୍ୟ କଳାକୃତି ପାଇଁ ପରିବାର ଲୋକେ ବେଶ ଖୁସି ଅନୁଭବ କରିବା ସହ ଏହି କାର୍ଯ୍ୟରେ ତାଙ୍କୁ ସମର୍ଥନ କରିଥାନ୍ତି। ଏଥିସହ ସାହି ପଡ଼ିଶାରେ ମଧ୍ୟ ତାଙ୍କ ଏଭଳି ନିଆରା କଳାକୁ ବେଶ ପସନ୍ଦ କରିଛନ୍ତି। ଆଗାମୀ ଦିନରେ ଜଣେ ବୃତ୍ତିଗତ ଚିତ୍ରକର ହେବାକୁ ତାଙ୍କର ଲକ୍ଷ୍ୟ ରହିଛି। ଭଲ ଚିତ୍ରକର ହୋଇ ପିଲାମାନଙ୍କୁ ଚିତ୍ରକଳା ଶିଖାଇବାକୁ ସେ ଉଦ୍ଦେଶ୍ୟ ରଖିଛନ୍ତି। ଏଥିପାଇଁ ତାଙ୍କୁ ଆହୁରି ପରିଶ୍ରମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଅନୁପମାଙ୍କ ଚିତ୍ରକଳାକୁ ଲୋକେ ପସନ୍ଦ କରି କିଣିବାକୁ ମଧ୍ୟ ଅର୍ଡର ଦେଉଛନ୍ତି। ତେବେ ବିନା ତାଲିମରେ ନିଜ ସ୍ବପ୍ନ ସାକାର କରିବା ଦିଗରେ ଆଗେଇ ଚାଲିଛନ୍ତି। ଜଣେ ଭଲ ଚିତ୍ରକର ହେବା ନିଶାରେ ଅନୁପମା ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ତାଙ୍କର ଏପରି ନିଶା ଓ ଏକାଗ୍ରତା ପାଇଁ ଆଜି ସେ ନିଜ ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.