ETV Bharat / state

ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀ ପିଇଲା ବିଷ

ଖନ୍ତାପଡ଼ା ଥାନା ଅଧିନ ନୂଆପୁର ଗ୍ରାମରେ ଜଣେ ସ୍ବାମୀ ଚାଷ ଜମିରେ ନିଜ ସ୍ତ୍ରୀକୁ ନିଆଁରେ ପୋଡ଼ି ହତ୍ୟା କରିବା ପରେ ପିଇଲା ବିଷ । ସ୍ୱାମୀର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଡାକ୍ତରଖାନାକୁ ପଠାଯାଇଛି ।

author img

By

Published : Aug 10, 2019, 11:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ଖନ୍ତାପଡ଼ା ଥାନା ଅଧିନ ଏକ ଚାଷ ବିଲରେ ସ୍ତ୍ରୀକୁ ନିଆଁରେ ପୋଡ଼ି ହତ୍ୟା କରିବା ପରେ ସ୍ବାମୀ କୀଟନାଶକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଗୋପାଳପୁର ଫାଣ୍ଡି ଅଧିନ ନୂଆପୁର ଗ୍ରାମର ନୀଳାମ୍ବର ମଳିକ ନିଜ ଘରଠାରୁ ୨.୫ କିମି ଦୂର ଅରଳା ଠାରେ ଏକ ଚାଷ ଜମିରେ ଧାନ ଚାଷ କରନ୍ତି । ସେଠାରେ କ୍ଷେତକୁ ଜଗିବା ପାଇଁ ଏକ ଛୋଟ ପଲ୍ଲା ଘର କରି ଉଭୟ ନୀଳାମ୍ବର ଏବଂ ତାଙ୍କ ସ୍ତ୍ରୀ ସାବିତ୍ରୀ ରହୁଥିଲେ ।

ଶନିବାର ଅପରାହ୍ନରେ ସ୍ତ୍ରୀ ନିଜ ଘର ନୂଆପୁରରୁ ସ୍ୱାମୀଙ୍କ ପାଇଁ ଖାଦ୍ୟ ନେଇ ଚାଷ ଜମିରେ ଥିବା ପଲ୍ଲା ଘରକୁ ଆସିଥିଲେ । ସେଠାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ସ୍ତ୍ରୀକୁ ହତ୍ୟା କରିବା ସହ ଚାଷ ଜମିରେ ଥିବା କୁଟା ଗଦାରେ ପକାଇ ନିଆଁ ଲଗାଇ ପୋଡ଼ି ଦେବା ପରେ ସ୍ୱାମୀ ନୀଳାମ୍ବର କୀଟନାଶକ ପିଇ ଦେଇଥିଲା ।

ପରେ ନୀଳାମ୍ବର ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ତ୍ରୀକୁ ପୋଡ଼ି ହତ୍ୟା କରିଥିବା ବିଷୟରେ କହିଥିଲା । ଖବର ପାଇ ସନ୍ଧ୍ୟା ସମୟରେ ଗୋପାଳପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁରେ ଜଳୁଥିବା ସ୍ତ୍ରୀର ଅର୍ଦ୍ଧଦଗ୍ଧ ମୃତଦେହକୁ ଉଦ୍ଧାର କରିଥିଲା । ସୋର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସ୍ୱାମୀର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଡାକ୍ତରଖାନାକୁ ପଠାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟେତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ଏକ ଚାଷ ବିଲରେ ସ୍ତ୍ରୀକୁ ନିଆଁରେ ପୋଡ଼ି ହତ୍ୟା କରିବା ପରେ ସ୍ବାମୀ ଜଣକ କୀଟନାଶକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି ।

ସୂଚନା ଅନୁସାରେ, ଗୋପାଳପୁର ଫାଣ୍ଡି ଅଧିନ ନୂଆପୁର ଗ୍ରାମର ନୀଳାମ୍ବର ମଳିକ (୪୫) ନିଜ ଘରଠାରୁ ୨.୫ କିମି ଦୂର ଅରଳା ଠାରେ ଏକ ଚାଷ ଜମିରେ ଧାନ ଚାଷ କରନ୍ତି । ସେଠାରେ କ୍ଷେତକୁ ଜଗିବା ପାଇଁ ଏକ ଛୋଟ ପଲ୍ଲା ଘର କରି ଉଭୟ ନୀଳାମ୍ବର ଏବଂ ତାଙ୍କ ସ୍ତ୍ରୀ ସାବିତ୍ରୀ (୪୦) ରୁହନ୍ତି । ଆଜି ଅପରାହ୍ନରେ ସ୍ତ୍ରୀ ନିଜ ଘର ନୂଆପୁରରୁ ସ୍ୱାମୀଙ୍କ ପାଇଁ ଖାଦ୍ୟ ନେଇ ଚାଷ ଜମିରେ ଥିବା ପଲ୍ଲା ଘରକୁ ଆସିଥିଲେ । ସେଠାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ସ୍ତ୍ରୀକୁ ହତ୍ୟା କରିବା ସହ ଚାଷ ଜମିରେ ଥିବା କୁଟା ଗଦାରେ ପକାଇ ନିଆଁ ଲଗାଇ ପୋଡ଼ି ଦେବା ପରେ ସ୍ୱାମୀ ନୀଳାମ୍ବର କୀଟନାଶକ ପିଇଦେବା ସହ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ତ୍ରୀକୁ ପୋଡ଼ି ହତ୍ୟା କରିଥିବା ବିଷୟରେ କହିଥିଲା । ଖବର ପାଇ ସନ୍ଧ୍ୟା ସମୟରେ ଗୋପାଳପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡରେ ଜଳୁଥିବା ସ୍ତ୍ରୀର ପୋଡ଼ା ମୃତ ଦେହକୁ ଉଦ୍ଧାର କରିଥିଲେ । ନିଆଁକୁ ଆୟତ୍ତ ପାଇଁ ସୋର ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି । ସ୍ୱାମୀର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଡାକ୍ତରଖାନାକୁ ପଠାଯାଇଛି । Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.