ETV Bharat / state

ବେଆଇନ ବାଲି ଚାଲାଣକୁ ନେଇ ଗୋଷ୍ଠୀ ସଂଘର୍ଷ, 7 ଆହତ

author img

By

Published : Mar 16, 2023, 1:20 PM IST

ସହଦେଵଖୁଣ୍ଟା ଥାନା ଅଧିନ ଡାହାପଡା ଦହପଡା ପଞ୍ଚାୟତ ଫୁଲାଡି ବାଲି ଘାଟ ନିକଟରେ ପୁଣି ବେଆଇନ ବାଲି ଉତ୍ତୋଳନକୁ ନେଇ ଗୋଷ୍ଠୀ ସଂଘର୍ଷ । ଅଧିକ ପଢନ୍ତୁ

illegal sand smuggling
illegal sand smuggling
illegal sand smuggling

ବାଲେଶ୍ବର: ପୁଣି ବେଆଇନ ବାଲି ଉତ୍ତୋଳନକୁ ନେଇ ଗୋଷ୍ଠୀ ସଂଘର୍ଷ । ସହଦେଵଖୁଣ୍ଟା ଥାନା ଅଧିନ ଡାହାପଡା ଦହପଡା ପଞ୍ଚାୟତ ଫୁଲାଡି ବାଲି ଘାଟ ନିକଟରେ ଚୋରା ବାଲି ଚାଲାଣକୁ ନେଇ ହୋଇଛି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଉଭୟ ଦୁଇ ଗୋଷ୍ଠୀର ୭ ଜଣ ଆହତ ହୋଇ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଘଟଣା ସ୍ଥଳରେ ସହଦେବଖୁଣ୍ଟା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ କିଛିଦିନ ପୂର୍ବରୁ ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆମାନେ ଆକ୍ରମଣ କରିଥିଲେ । ଏହି ଘଟଣାରେ ବାଲେଶ୍ଵର ଜିଲ୍ଲା ପୋଲିସ ଅପରେସନ ସ୍ୟାଣ୍ଡ ଷ୍ଟ୍ରମ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ନେଇଥିଲା । ମାତ୍ର ପୁଣି ଏବେ ସେହିପରି ବାଲି ଉତ୍ତୋଳନକୁ ନେଇ 2 ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବା କେଉଁଠି ନା କେଉଁଠି ପୋଲିସର ଏହି ସ୍ୟାଣ୍ଡ ଷ୍ଟ୍ରମ ଅପରେସନକୁ ଚ୍ୟାଲେଞ୍ଜ ଦେଉଥିବା ଜଣାପଡୁଛି । ବାଲେଶ୍ଵର ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବାଲି ମାଫିଆଙ୍କ ବିରୋଧରେ ଆରମ୍ଭ କରିଥିଲା କାର୍ଯ୍ୟାନୁଷ୍ଠାନ । ଏଥିପାଇଁ ଅପରେସନ ସ୍ୟାଣ୍ଡ ଷ୍ଟ୍ରମ ନାମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହେଉଥିବା ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ ରୋକିବା ପାଇଁ ନିଆଯାଉଛି କାର୍ଯ୍ୟାନୁଷ୍ଠାନ ।

ଏମିତି କି ଅନେକ ସ୍ଥାନରେ ବେପାରୀ ଓ ଟ୍ରକ, ଜେସିବି, ଟ୍ରାକ୍ଟର ଆଦି ଜବତ କରାଯାଉଛି । ଏହି ଅପରେସନ ଆରମ୍ଭ ହୋଇଥିଲା ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ଉପରେ ବାଲି ମାଫିଆମାନେ ଆକ୍ରମଣ କରିବା ପରେ । ଆକ୍ରମଣ ପରେ ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଏ ଦିଗରେ ବେଶ ତତ୍ପର ହୋଇଥିଲା । ଏନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ଭାବେ ଚାଲିଥିବା ବାଲି ବେପାର ଉପରେ ରୋକ ଲଗାଇବାରେ ସଫଳ ମଧ୍ୟ ହେଉଛି । ମାତ୍ର ପୁଣି ଏମିତି ବେଆଇନ ବାଲି ଚାଲାଣକୁ ରୋକିବାରେ ପୋଲିସ କେଉଁଠି ନା କେଉଁଠି ଫେଲ ହେଉଥିବା ଦେଖିବାକୁ ମିଳୁଛି ।

ପ୍ରକାଶ ଥାଉ କି, ସହରର ଉପକଣ୍ଠ ଫୁଲାଡି ନିକଟରେ ବାଲି ମାଫିଆମାନେ ବେଆଇନ ଭାବେ ବୁଢ଼ାବଳଙ୍ଗ ନଦୀରୁ ବାଲି ଉତ୍ତୋଳନ କରି ଆସୁଥିଲେ । ଏହି ଅଭିଯୋଗ ଆସିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ଚଢ଼ାଉ ପାଇଁ ଉକ୍ତ ଜାଗାକୁ ଯାଇଥିଲେ । ଉପଜିଲ୍ଲାପାଳ ଯନ୍ତ୍ରପାତି ସିଜ କରିବା ପାଇଁ ଘଟଣାସ୍ଥଳକୁ ଯାଇଥିବା ବେଳେ ସେଠାରେ ଚାଲିଥିବା ବାଲି ଉତ୍ତୋଳନକୁ ବିରୋଧ କରିବା ସହ ସେଠାରେ ଛିଡା ହୋଇଥିବା ଟ୍ରକ, ଟ୍ରାକ୍ଟରକୁ ଅଟକାଇଥିଲେ । କିଛି ସମୟ ସେଠାରେ ବାଲି ମାଫିଆ ଓ ଉପଜିଲ୍ଲାପାଳଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ହଠାତ୍ ମାଫିଆମାନେ ଉପଜିଲ୍ଲାପାଳଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ଅଟକାଇବାକୁ ଯାଇ ଡ୍ରାଇଭର ମଧ୍ୟ ମାଡ଼ର ଶିକାର ହୋଇଥିଲେ । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ତତ୍ପର ହେବା ସହ ଅପରେସନ ସ୍ୟାଣ୍ଡ ଷ୍ଟ୍ରମ ଆରମ୍ଭ କରିଥିଲା।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.