ETV Bharat / state

କଂଗ୍ରେସ ଲଗାଇଲା ହୋଡ଼ିଂ: ଫଟୋ ଛାଡି ଟୀକାକରଣକୁ ଗୁରୁତ୍ବ ଦିଅନ୍ତୁ ସରକାର

author img

By

Published : Jun 23, 2021, 9:27 PM IST

ବାଲେଶ୍ବରରେ ଟୀକାକରଣ କେନ୍ଦ୍ରରେ ଫଟୋକୁ ନେଇ ବିବାଦ । ଫଟୋ ଛାଡି ଟୀକାକରଣକୁ ଗୁରୁତ୍ବ ଦିଅନ୍ତୁ ସରକାର ବୋଲି କହିଲା ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ...

କଂଗ୍ରେସ ଲଗାଇଲା ହୋଡ଼ିଂ:ଫଟୋ ଛାଡି ଟୀକାକରଣକୁ ଗୁରୁତ୍ବ ଦିଅନ୍ତୁ ସରକାର

ବାଲେଶ୍ବର:ଟୀକାକରଣକୁ ଗୁରୁତ୍ବ ଦେବା ବଦଳରେ କାହାର ଫଟୋ ରହିବ ନ ରହିବ ସେଥିପ୍ରତି ଧ୍ୟାନ ଦେଉଛନ୍ତି ବିଜେପି ଓ ବିଜେଡି। ମାତ୍ର ଲୋକଙ୍କ ପାଖରେ ଟୀକାକରଣ କେମିତି ପର୍ଯ୍ୟାପ୍ତ ପରିମାଣରେ ହୋଇପାରିବ ସେଥିପ୍ରତି ଚିନ୍ତା କରୁ ନାହାନ୍ତି । ଏମିତି କିଛି ଅଭିଯୋଗ ଆଣିଛି କଂଗ୍ରେସ। ଏନେଇ କଂଗ୍ରେସ ବାଲେଶ୍ଵର ସହରର ବିଭିନ୍ନ ସ୍ଥାନରେ ହୋଡ଼ିଂ ମାଧ୍ୟମରେ ଉଭୟ ଦଳକୁ ପ୍ରତିବାଦ ଜଣାଇଥିବା ଦେଖିବାକୁ ମିଳିଛି ।

2ଦିନ ତଳେ ଟୀକାକରଣ କେନ୍ଦ୍ରର ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବା ନେଇ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରାକୁ ନେଇ ହାଇଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ସାଧାରଣ ଜନତାଙ୍କ ପାଇଁ ଟିକା ନେବାରେ ଅସୁବିଧା ଉପୁଜିଥିଲା ବୋଲି କଂଗ୍ରେସ କହିଛି। ଉଭୟ ଦଳର ରାଜନୀତି ମଝିରେ ସାଧାରଣ ଜନତାଙ୍କୁ ବଳି ପଡ଼ିବାକୁ ପଡୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ ।

ଏସବୁ ମଧ୍ୟରେ ଆଜି ସହର ସାରା ବିଭିନ୍ନ ଟୀକାକରଣ କେନ୍ଦ୍ର ଆଗରେ ବାଲେଶ୍ବର ଜିଲ୍ଲା କଂଗ୍ରେସ ହୋର୍ଡ଼ିଂ ଲଗାଇଛି ଯେଉଁଥିରେ, ଟୀକାକୁ ରାଜନୀତିକରଣ ନକରିବା ପାଇଁ ବିଜେଡି ଓ ବିଜେପିଙ୍କୁ ଅନୁରୋଧ କରାଯାଇଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଟୀକାକରଣ ପ୍ରକ୍ରିୟାକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ମଧ୍ୟ କଂଗ୍ରେସ ଦାବି କରିଛି। ଏନେଇ ଦଳର ମିଡ଼ିଆସେଲ ପକ୍ଷରୁ ସୂଚନା ଦିଆଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.