ETV Bharat / state

ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ରବିନାରାୟଣ ଦାସଙ୍କ ପରଲୋକ - ବରିଷ୍ଠ ପ୍ରଶାସନିକ ଅଧିକାରୀ ରବିନାରାୟଣ ଦାସଙ୍କ ପରଲୋକ

ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପଦେଷ୍ଟା ତଥା ଗୁଜୁରାଟ କ୍ୟାଡ଼ରର ବରିଷ୍ଠ ଆଇଏଏସ ରବିନାରାୟଣ ଦାସଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 73 ବର୍ଷ ବୟସ ହୋଇଥିଲା।

balasore
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Dec 4, 2019, 4:49 PM IST

ବାଲେଶ୍ବର: ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପଦେଷ୍ଟା ତଥା ଗୁଜୁରାଟ କ୍ୟାଡ଼ରର ବରିଷ୍ଠ ଆଇଏଏସ ରବିନାରାୟଣ ଦାସଙ୍କ 73 ବର୍ଷ ବୟସରେ ପରଲୋକ ଘଟିଛି। ଗତକାଲି ଅପରାହ୍ନ 3ଟା 30ରେ ଏକ ଘରୋଇ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି। ସେ ରକ୍ତ କର୍କଟରେ ପୀଡିତ ହୋଇ ଗତ 3 ସପ୍ତାହ ଧରି ଚିକିତ୍ସିତ ହେଉଥିଲେ।

ଆଜି ତାଙ୍କର ପ୍ରାର୍ଥିବ ଶରୀର ବାଲେଶ୍ଵର ଅଣାଯାଇଥିଲା। ବାଲେଶ୍ବରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରୀ ଦାସଙ୍କୁ ଶ୍ରଦ୍ଧାଅଞ୍ଜଳି ଅର୍ପଣ କରିଥିଲେ। ବାଲେଶ୍ଵରର ବିଭିନ୍ନ ସ୍ଥାନରେ ଶବ ଶୋଭାଯାତ୍ରା କରିବା ପରେ ପୈତୃକ ଗ୍ରାମରେ ଅନ୍ତିମ କ୍ରିୟା ସମ୍ପନ୍ନ କରାଯାଇଛି। ଜିଲ୍ଲାର ବସ୍ତା ବ୍ଲକ ନାବରା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ବେଳେ ସହରର ଚାନ୍ଦମାରି ପଡିଆ ନିକଟରେ ଦୀର୍ଘଦିନ ଧରି ବସବାସ କରୁଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ରବିନାରାୟଣ ଦାସ ଫକୀର ମୋହନ ମହାବିଦ୍ୟାଳୟରେ ସ୍ନାତକ ଓ ଉତ୍କଳ ବିଶ୍ଵବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରି ସ୍ଵର୍ଣ୍ଣପଦକ ହାସଲ କରିଥିଲେ। ପରେ ବୃତ୍ତିଗତ ଜୀବନରେ ଶ୍ରୀ ଦାସ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ସମରେନ୍ଦ୍ର କୁଣ୍ଡୁଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ନରେନ୍ଦ୍ର ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ଶ୍ରୀ ଦାସ ମୁଖ୍ୟ ଶାସନ ସଚିବ ଥିଲେ। ଅବସର ପରେ ମଧ୍ୟ କିଛି ବର୍ଷ ସେ ଗୁଜୁରାଟର ମୁଖ୍ୟ ସୂଚନା କମିଶନର ଦାୟିତ୍ବରେ ରହିଥିଲେ। ଏହା ବିଭିନ୍ନ ଅନୁଷ୍ଠାନ ସହ ଜଡିତ ହୋଇ ରହିଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପଦେଷ୍ଟା ତଥା ଗୁଜୁରାଟ କ୍ୟାଡ଼ରର ବରିଷ୍ଠ ଆଇଏଏସ ରବିନାରାୟଣ ଦାସଙ୍କ 73 ବର୍ଷ ବୟସରେ ପରଲୋକ ଘଟିଛି। ଗତକାଲି ଅପରାହ୍ନ ସାଢେ 3ଟାରେ ଏକ ଘରୋଇ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି। ସେ ରକ୍ତ କର୍କଟରେ ପୀଡିତ ହୋଇ ଗତ 3 ସପ୍ତାହ ଧରି ଚିକିତ୍ସିତ ହେଉଥିଲେ।
ଶ୍ରୀ ଦାସ ଫକୀର ମୋହନ ମହା ବିଦ୍ୟାଳୟରେ ସ୍ନାତ୍ତକ ଓ ଉତ୍କଳ ବିଶ୍ଵବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରି ସ୍ଵର୍ଣ୍ଣପଦକ ହାସଲ କରିଥିଲେ। ପରେ ବୃତ୍ତିଗତ ଜୀବନରେ ଶ୍ରୀ ଦାସ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ସମରେନ୍ଦ୍ର କୁଣ୍ଡୁଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।ନରେନ୍ଦ୍ର ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ଶ୍ରୀ ଦାସ ମୁଖ୍ୟ ଶାସନ ସଚିବ ଥିଲେ। ଏହା ସହ ଅବସର ପରେ ମଧ୍ୟ କିଛି ବର୍ଷ ସେ ଗୁଜୁରାଟର ମୁଖ୍ୟ ସୂଚନା କମିଶନର ଡାଇତ୍ୱରେ ଥିଲେ। ଏହାସହ ଶ୍ରୀ ଦାସ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ହୋଇ ରହିଥିଲେ।
ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ନାବରା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ବେଳେ ସହରର ଚାନ୍ଦମାରି ପଡିଆ ନିକଟରେ ଦୀର୍ଘଦିନ ଧରି ରହୁଥିଲେ।
ଆଜି ତାଙ୍କର ପ୍ରାର୍ଥିବ ଶରୀର ବାଲେଶ୍ଵର ଅଣାଯାଇଥିଲା। ବାଲେଶ୍ୱରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରୀ ଦାସଙ୍କୁ ଶ୍ରଦ୍ଧାଅଞ୍ଜଳି ଅର୍ପଣ କରିଥିଲେ। ବାଲେଶ୍ଵରର ବିଭିନ୍ନ ସ୍ଥାନରେ ଶବ ଶୋଭାଯାତ୍ରା କରିବା ପରେ ପୈତୃକ ଗ୍ରାମରେ ଅନ୍ତିମ କ୍ରିୟା ସମ୍ପନ୍ନ କରାଯାଇଛି।Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.