ବାଲେଶ୍ୱର: ଗତ କିଛିଦିନ ପୂର୍ବେ ବାଲେଶ୍ୱରରୁ 4 କେଜି ବ୍ରାଉନ ସୁଗାର ଜବତ କରିବା ସହ 4 ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଅଭିଯୁକ୍ତମାନେ ଦିନରେ ମାଛ ବ୍ୟବସାୟ କରିବା ସହ ରାତିରେ ବ୍ରାଉନ ସୁଗାର ବେପାର କରୁଥିବା ପୋଲିସ ସୂଚନା ଦେଇଥିଲା । ଏହାସହ ମାଛ ପେଟରେ ବ୍ରାଉନ ସୁଗାର ରଖି ବେପାର ହେଉଛି ବୋଲି ପୋଲିସ ସନ୍ଦେହ କରିଥିବାବେଳେ ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଥିଲା ।
ମାଛ ବ୍ୟବସାୟୀ କିମ୍ବା ମତ୍ସ୍ୟଜୀବୀ ମାନେ ବ୍ରାଉନ ସୁଗାର ବେପାରରେ କେବେ ମଧ୍ୟ ସାମିଲ ନୁହେଁ ବୋଲି ବାଲେଶ୍ୱର ଜିଲ୍ଲା ମତ୍ସ୍ୟଜୀବୀ ସଙ୍ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକମାନେ ସମୁଦ୍ରରୁ ମାଛ ମାରିବା ସହ ବିଭିନ୍ନ ସମୟରେ ସମୁଦ୍ର ବାଟ ଦେଇ ଅନୁପ୍ରବେଶକାରୀଙ୍କୁ ମଧ୍ୟ ରୋକ ଲଗାଇବାରେ ସହାୟକ ହୋଇଥାନ୍ତି । ପୂର୍ବରୁ କଶାଫଳ ସମୁଦ୍ରରେ ଏକ ଅନୁପ୍ରବେଶକାରୀ ବୋଟ ସମ୍ପର୍କରେ ପ୍ରଶାସନକୁ ଖବର ଦେଇଥିଲେ । ପ୍ରଶାସନ ମତ୍ସ୍ୟଜୀବୀଙ୍କ ଠାରୁ ସୂଚନା ପାଇ ସେମାନଙ୍କୁ ଗିରଫ କରିଥିଲା ।
ତେଣୁ ଟ୍ରଲର ମାଲିକ କିମ୍ବା ମତ୍ସ୍ୟଜୀବୀମାନେ ଏମିତି ଘୃଣ୍ୟ ବେପାରକୁ ବିରୋଧ କରିଥାନ୍ତି । ତେବେ ସେମାନଙ୍କୁ ମିଛରେ ବଦନାମ କରଯାଉଥିବା ସଂଘର ସଭାପତି କହିଛନ୍ତି । ଏହାସହ ଯଦି କୌଣସି ମତ୍ସ୍ୟଜୀବୀ ବ୍ରାଉନସୁଗର ବେପାରରେ ଲିପ୍ତ ଥାଆନ୍ତି ତେବେ ପ୍ରଶାସନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ