ବାଲେଶ୍ବର: ମାଛ ବ୍ୟବସାୟୀଙ୍କୁ ବୀଭତ୍ସ ହତ୍ୟା । ଶନିବାର ବିଳମ୍ବିତ ରାତିରେ ବାଲେଶ୍ବର ସହରର ଅରଡ଼ ବଜାର ଗଳାପୋଲ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମାଛ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ମୃତକଙ୍କ ନାମ ରବି ସିଂ ବୋଲି ଜଣାପଡିଛି ।
ବିଭିନ୍ନ ମାରଣାସ୍ତ୍ରରେ ରବି ସିଂଙ୍କୁ ଆକ୍ରମଣ କରାଯାଇ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ସହଦେବଖୁଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ