ବାଲେଶ୍ବର: ବାଲିଆପାଳ ଥାନା ଅନ୍ତର୍ଗତ ଡାଙ୍ଗପିଟା ଗାଁରେ ପୁଣି ଥରେ ଫୁଟିଛି ଗୁଳି । ଏହି ଗୁଳି ମାଡରେ ଜଣେ କ୍ଷୀର ବ୍ୟବସାୟୀ ପ୍ରାଣ ହରାଇଛନ୍ତି । ବ୍ୟବସାୟୀ ଜଣଙ୍କ ହେଲେ ରାକେଶ ଚୌଧୁରୀ ।
ରାକେଶ ନିଜ କାମ ସାରି ନିଜ ବାଇକରେ ଘରକୁ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି କରି ଚାଲିଯାଇଥିଲେ । ତାଙ୍କ ମୁଣ୍ତରେ ଗୁଳି ବାଜିଥିଲା । ତେବେ ଘଟଣାସ୍ଥଳ ରାକେଶଙ୍କର ମୃତ୍ୟୁ ଘଟିଥିଲା ।
ଗୁଳି ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାର କାରଣ ଜମା ପଡିନଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏହା ପୂର୍ବ ଶତ୍ରୁତା ନା ଆଉ କିଛି ତାହା ପୋଲିସ ତଦନ୍ତ ପରେ ହିଁ ଜଣାପଡିବ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ