ବାଲେଶ୍ବର: ଗୁଳି ବାଜି ଧୀବର ଗୁରୁତର । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଅଟାସପୁର ଗ୍ରାମର ଜଣେ ଧୀବର ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିବା ବେଳେ ଗୁଳିବାଜି ଗୁରୁତର ହୋଇଛନ୍ତି ।
ସୂଚନା ଅନୁସାରେ ଅଟାସପୁର ଗ୍ରାମର ରବୀନ୍ଦ୍ର ମଲ୍ଲିକ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ। ଉକ୍ତ ଅଞ୍ଚଳରେ ଚାନ୍ଦିପୁର ଟେଷ୍ଟରେଞ୍ଜ ପକ୍ଷରୁ ଗୁଳି ପରୀକ୍ଷା କରାଯାଉଥିବା ବେଳେ 4ଜଣ ଧୀବର ନିଷିଦ୍ଧାଞ୍ଚଳରେ ମାଛ ଧରିବା ସମୟରେ ରବିନ୍ଦ୍ରଙ୍କ ଦେହରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ରବିନ୍ଦ୍ରଙ୍କୁ ବାଲେଶ୍ଵର ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ