ଭଦ୍ରକ: ଆଜି ମୁସଲିମ ସଂପ୍ରଦାୟର ପବିତ୍ର ପର୍ବ ଇଦ । କୋରୋନା ପାଇଁ ଇଦ ପାଳନରେ କଟକଣା ଲଗାଯାଇଛି । ବାଲେଶ୍ବରରେ ମନ୍ଦିର ଓ ମସଜିଦରେ 28 ତାରିଖ ଯାଏଁ 144 ଧାରା ଜାରି କରାଯାଇଛି । ତେବେ କୋରୋନା ପାଇଁ କ୍ବାରେଣ୍ଟିନ ସେଣ୍ଟରରେ ଥିବା ମୁସଲିମ ସଂପ୍ରଦାୟର ଅନ୍ତେବାସୀଙ୍କ ଇଦ ପାଳନ ପାଇଁ ସରପଞ୍ଚ ସହଯୋଗ କରିଥିବା ଦେଖିବାକୁ ମିଳିଛି ।
ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ କରଞ୍ଜିଆ ପଞ୍ଚାୟତରେ ହୋଇଥିବା କ୍ବାରେଣ୍ଟିନ ସେଣ୍ଟରରେ ଥିବା ମୁସଲିମ ସଂପ୍ରଦାୟର ଅନ୍ତେବାସୀଙ୍କ ପାଇଁ ସରପଞ୍ଚ ସମସ୍ତ ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଛି । ଛୋଟ ପିଲାଙ୍କ ପାଇଁ ଡ୍ରେସ ଯୋଗାଇ ଦେଇଛନ୍ତି ସରପଞ୍ଚ । ଏହାସହ ପବିତ୍ର ଇଦ ପାଳନ ପାଇଁ ମିଠା ବାଣ୍ଟି ମୁସଲିମ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ