ETV Bharat / state

କ୍ବାରେଣ୍ଟାଇନ ସେଣ୍ଟରରେ ପଶିଲା ପାଣି, ଅସନ୍ତୋଷ ଅନ୍ତେବାସୀ - Disruption in quarantine

ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଅଧିନ କାଣ୍ଡଗରଡି ପଞ୍ଚାୟତରେ ଥିବା ଏକ କ୍ବାରେଣ୍ଟାଇନ ସେଣ୍ଟରରେ ବର୍ଷା ପାଣି ପଶି ବିଛଣା ଓଦା ହୋଇଥିବା ଅଭିଯୋଗ ଆସିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Disruption in quarantine
କ୍ବାରେଣ୍ଟାଇନ ସେଣ୍ଟରରେ ପଶିଲା ପାଣି, ଅସନ୍ତୋଷ ଅନ୍ତେବାସୀ
author img

By

Published : May 28, 2020, 5:01 PM IST

ବାଲେଶ୍ବର: କ୍ବାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଅଧିନ କାଣ୍ଡଗରଡି ପଞ୍ଚାୟତରେ ଥିବା ଏକ କ୍ବାରେଣ୍ଟିନ ସେଣ୍ଟରରୁ । ବର୍ଷା ପାଣିରେ କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିବା ଅନ୍ତେବାସୀଙ୍କ ବିଛଣା ଓଦା ହୋଇଯାଇଥିବା ଅଭିଯୋଗ ହୋଇଛି ।

କ୍ବାରେଣ୍ଟାଇନ ସେଣ୍ଟରରେ ପଶିଲା ପାଣି, ଅସନ୍ତୋଷ ଅନ୍ତେବାସୀ

ଯାହାକୁ ନେଇ ସେଠାରେ ଥିବା ଅନ୍ତେବାସୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ନୋଡାଲ ଅଫିସରଙ୍କ ସହ ଯୁକ୍ତିତର୍କ କରିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, କାଣ୍ଡଗରଡି ପଞ୍ଚାୟତର ବାବା ପଞ୍ଚଲିଙ୍ଗେଶ୍ୱର କଲେଜରେ ହୋଇଛି କ୍ବାରେଣ୍ଟାଇନ ସେଣ୍ଟର। ଗୁରୁବାର ସକାଳ ଠାରୁ ବର୍ଷା ହେଉଥିବା ଯୋଗୁଁ ସେଣ୍ଟରରେ ଥିବା ପ୍ରବାସୀଙ୍କ ବିଛଣା ବର୍ଷା ପାଣିରେ ଭିଜି ଯାଇଛି। ସେଣ୍ଟରରେ ଝରକା କବାଟ ନଥିବାରୁ ଏମିତି ପରିସ୍ଥିତି ଉପୁଜିଥିବା ଜଣାପଡିଛି। ସେଣ୍ଟର ଘର ଭିତରେ ପୂର୍ବରୁ ସିମେଣ୍ଟ ରଖାଯାଉଥିବାରୁ ତାହା ଅଳିଆ ହୋଇଥିବା ଅନ୍ତେବାସୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଅନ୍ତେବାସୀ ଓ ନୋଡାଲ ଅଫିସରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.