ETV Bharat / state

କୋରୋନା କୋପ: କୋମାରେ ଚାନ୍ଦିପୁର ବେଳାଭୂମିର ବ୍ୟବସାୟୀଙ୍କ ରୋଜଗାର - balasore news

ବାଲେଶ୍ବରର ଚାନ୍ଦିପୁର ବେଳାଭୂମି ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ବହନ କରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ । ବେଳାଭୂମିର ଶାନ୍ତ ପରିବେଶ ଓ ରହସ୍ୟମୟ ସୌନ୍ଦର୍ଯ୍ୟ ଦର୍ଶକଙ୍କୁ ବିମୋହିତ କରେ । ହେଲେ କୋରୋନା କାରଣରୁ ଗତ 6 ମାସ ମଧ୍ୟରେ ବଦଳିଯାଇଛି ବେଳାଭୂମିର ଦୃଶ୍ୟ । ଅଧିକ ପଢନ୍ତୁ...

କୋରୋନା କୋପ: କୋମାରେ ଚାନ୍ଦିପୁର ବେଳାଭୂମିର ବ୍ୟବସାୟୀଙ୍କ ରୋଜଗାର

author img

By

Published : Sep 27, 2020, 7:36 PM IST

ବାଲେଶ୍ବର: ପ୍ରାକୃତିକ ସମ୍ଭାରରେ ପରିପୂର୍ଣ୍ଣ ଓଡିଶା । ତନ୍ମଧ୍ୟରୁ ବାଲେଶ୍ବରର ଚାନ୍ଦିପୁର ବେଳାଭୂମି ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ବହନ କରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ । ବେଳାଭୂମିର ଶାନ୍ତ ପରିବେଶ ଓ ରହସ୍ୟମୟ ସୌନ୍ଦର୍ଯ୍ୟ ଦର୍ଶକଙ୍କୁ ବିମୋହିତ କରେ । ଏହି ବେଳାଭୂମିର ସବୁଠୁ ନିଆରା କଥା ହେଉଛି ସମୁଦ୍ରପାଣି ବେଳାଭୂମିରୁ 3ରୁ 4 କିମି ଭିତରକୁ ଘୁଞ୍ଚିଯାଏଁ ଓ ଜୁଆର ସମୟରେ ପୁଣି ଫେରିଥାଏ । ଆଉ ବେଳାଭୂମିର ଏହି ଦୃଶ୍ୟ ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଜମେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ।

କୋରୋନା କୋପ: କୋମାରେ ଚାନ୍ଦିପୁର ବେଳାଭୂମିର ବ୍ୟବସାୟୀଙ୍କ ରୋଜଗାର

ସେପଟେ ପର୍ଯ୍ୟଟକଙ୍କ ପାଇଁ ବେଳାଭୂମି ନିକଟରେ ପାନ୍ଥଶାଳା ଓ ଅନେକ ଘରୋଇ ହୋଟେଲର ବ୍ୟବସ୍ଥା ମଧ୍ୟ ରହିଛି । ତା' ସାଙ୍ଗକୁ ବିଭିନ୍ନ ଷ୍ଟ୍ରିଟ ଭେଣ୍ଡରର ସ୍ବାଦିଷ୍ଟ ଓ ଚଟପଟା ଖାଦ୍ୟର ମଧ୍ୟ ଖୋଲିଛି ପସରା । ହେଲେ କୋରୋନା କାରଣରୁ ଗତ 6 ମାସ ମଧ୍ୟରେ ବଦଳିଯାଇଛି ବେଳାଭୂମିର ଦୃଶ୍ୟ ।

ଅନଲକ-4 ପର୍ଯ୍ୟାୟରେ ବେଳାଭୂମିରେ ଆଶାତୀତ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁନାହିଁ । ଯାହାର ସିଧାସଳଖ ପ୍ରଭାବ ପଡିଛି ସମୁଦ୍ର କୁଳିଆ ଦୋକାନୀ ଓ ହୋଟେଲ ଶିଳ୍ପ ଉପରେ । ବେଳାଭୂମିରେ ପର୍ଯ୍ୟଟକ ନଥିବାରୁ ସେଠାରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଦୋକାନୀମାନେ ଭୋଗୁଛନ୍ତି ଆର୍ଥିକ ଅନଟନର ଯନ୍ତ୍ର । ଯେଉଁ ପର୍ଯ୍ୟଟକମାନେ ଏବେ ବେଳାଭୂମି ଆସୁଛନ୍ତି କୋରୋନା ଭୟରେ ସେମାନେ ଦୋକାନରୁ କିଛି କିଣିବାକୁ ଅମଙ୍ଗ ହେଉଥିବା କୁହନ୍ତି ବ୍ୟବସାୟୀ । ଆଉ ପର୍ଯ୍ୟଟକଙ୍କ ଏଭଳି ମନୋଭାବ ଛୋଟ ବ୍ୟବସାୟଠୁ ଆରମ୍ଭ କରି ବଡ ବ୍ୟବସାୟ ପର୍ଯ୍ୟନ୍ତ ସବୁକୁ ପଙ୍ଗୁ କରି ଦେଇଛି । ସେପଟେ ବାହାର ରାଜ୍ୟରୁ ପର୍ଯ୍ୟଟକ ଆସୁନଥିବାରୁ ହୋଟେଲ ମାଲିକ ବି ଆର୍ଥିକ ଦୁଶ୍ଚିନ୍ତାରେ । ଏମିତିକି ହୋଟେଲରେ ଥିବା ଷ୍ଟାଫମାନଙ୍କୁ ଦରମା ଦେବା ସେମାନଙ୍କ ପାଇଁ କଷ୍ଟ ହୋଇପଡୁଛି କୁହନ୍ତି ହୋଟେଲ ମାଲିକ ।

ମହାମାରୀ କୋରୋନା ସବୁକିଛି ଛାରଖାର କରିଥିବାବେଳେ କେହି ବି ଏହାର କୋପରୁ ବର୍ତ୍ତିନାହାଁନ୍ତି । ପୂର୍ବ ଭଳି ସବୁକିଛି କେବେ ଠିକ୍ ହେବ ଓ ବେଳାଭୂମିର ପରିବେଶ ପୁଣି ସ୍ବାଭାବିକ ହେବ ତାହାକୁ ହିଁ ସଭିଙ୍କ ଅପେକ୍ଷା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.