ETV Bharat / state

ସଦର ଉପନିର୍ବାଚନ: ନିଜ ପ୍ରାର୍ଥୀଙ୍କୁ ନେଇ ପ୍ରତିକ୍ରିୟା ରଖିଲା କଂଗ୍ରେସ - ବାଲେଶ୍ବର ସଦର ଉପନିର୍ବାଚନ ଖବର

ବାଲେଶ୍ବର ସଦର ଉପନିର୍ବାଚନରେ କଂଗ୍ରେସ ଜଣେ ମହିଳାଙ୍କୁ ବିଧାୟକ ପ୍ରାର୍ଥୀ କରିଛି । କଂଗ୍ରେସ ସମାଜସେବୀ ମମତାଙ୍କୁ କୁଣ୍ଡୁଙ୍କୁ ପ୍ରାର୍ଥୀ କରି ତାଙ୍କ କାର୍ଯ୍ୟଦକ୍ଷତାକୁ ନେଇ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ଅଧିକ ପଢନ୍ତୁ...

ସଦର ଉପନିର୍ବାଚନ: ନିଜ ପ୍ରାର୍ଥୀଙ୍କୁ ନେଇ ପ୍ରତିକ୍ରିୟା ରଖିଲା କଂଗ୍ରେସ

author img

By

Published : Oct 13, 2020, 11:07 PM IST

ବାଲେଶ୍ଵର: ସଦର ଉପନିର୍ବାଚନ ନେଇ ତାତି ବଢ଼ିବାରେ ଲାଗିଛି । ବିଜେପିର ଦିବଂଗତ ବିଧାୟକଙ୍କ ପୁତ୍ର ମାନସ ଦତ୍ତଙ୍କୁ ବିଧାୟକ ପ୍ରାର୍ଥୀ କରିଥିବା ବେଳେ ବିଜେଡିର ସ୍ବରୂପ ଦାସଙ୍କ ପ୍ରାର୍ଥୀତ୍ବକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି ।

ସଦର ଉପନିର୍ବାଚନ: ନିଜ ପ୍ରାର୍ଥୀଙ୍କୁ ନେଇ ପ୍ରତିକ୍ରିୟା ରଖିଲା କଂଗ୍ରେସ

କଂଗ୍ରେସ ଜଣେ ମହିଳାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଉପସ୍ଥାପିତ କରାଇଛି । ସମାଜସେବୀ ମମତା କୁଣ୍ଡୁଙ୍କ ନାମ ଦଳ ଘୋଷଣା କରିଥିବା ବେଳେ ମମତାଙ୍କ କାର୍ଯ୍ୟଦକ୍ଷତାକୁ ନେଇ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛି । ପ୍ରବକ୍ତା ସୁଦର୍ଶନ ଦାସ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମମତାଙ୍କ ଯୋଗ୍ୟତା ତଥା ଜଣେ ମହିଳାଙ୍କୁ ବିଧାନସଭା ପଠାଇବାକୁ ଅନୁରୋଧ କରିଛନ୍ତି । ଏହାସହ ବାଲେଶ୍ଵର ବିକାଶ ଦିଗରେ କେବଳ କଂଗ୍ରେସର ହାତ ହିଁ ରହିଛି। ଅନ୍ୟ ଦଳ କୌଣସି ବିକାଶ କରି ନଥିବା ସୁଦର୍ଶନ ଦାସ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ଦୀର୍ଘ ବର୍ଷ ପରେ ଜଣେ ମହିଳା ପ୍ରାର୍ଥୀ ଲୋକଙ୍କ ପାଖରେ କଂଗ୍ରେସ ପହଞ୍ଚାଇଛି । କଂଗ୍ରେସ ମହିଳା କାର୍ଡ ଖେଳିବ ବୋଲି ସ୍ପଷ୍ଟ ହୋଇଥିବା ବେଳେ ବିଜେପି ସିମ୍ପାଥି ଭୋଟ ଓ ବିଜେଡି ଭିତରର ଅସନ୍ତୋଷ ଆଗାମୀ ନିର୍ବାଚନରେ ନିଶ୍ଚୟ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.