ବାଲେଶ୍ବର: ଗୁଡି ଉଡ଼ାକୁ କେନ୍ଦ୍ରକରି ତୁମୁଳକାଣ୍ଡ । ଗଣ୍ଡଗୋଳ ନେଲା ଉଗ୍ର ରୂପ । ଗୋଟିଏ ପରିବାରର ତିନିଜଣ ଗୁରୁତର ଆହତ । ଏଭଳି ଘଟଣା ଘଟିଛି ବାଲେଶ୍ଵର ସହରର ବଟେଶ୍ୱର ଅଞ୍ଚଳରେ ।
ସୂଚନା ଅନୁସାରେ, ଅନୀଲ ସାହାଙ୍କ ଦୁଇପୁଅ ନିଜ ଘର ଛାତ ଉପରେ ଗୁଡି ଉଡାଇବା ସମୟରେ ଅନ୍ୟପଟେ କିଛି ଯୁବକ ମଧ୍ୟ ଗୁଡ଼ି ଉଡାଉଥିଲେ। ଉଭୟଙ୍କ ମଧ୍ୟରେ ସୂତା କଟାକଟି ନେଇ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଅନ୍ୟ ଯୁବକମାନେ ଅନୀଲଙ୍କ ସମେତ ଦୁଇ ପୁଅଙ୍କୁ ଆକ୍ରମଣ କରିଥିଲେ । ଫଳରେ ୩ ଜଣଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିଲା । ଏହାପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ