ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଏବେ ପାଲଟିଛି ବ୍ରାଉନସୁଗାର ବେପାରୀଙ୍କ ଗନ୍ତା ଘର । ଗତ କିଛିଦିନ ତଳେ କୁଖ୍ୟାତ ବ୍ରାଉନସୁଗାର ମାଫିଆ ରାଜା ଧରାପଡିବାର କିଛିଦିନ ନପୁରୁଣୁ ଆଜି ପୁଣି ଜଣେ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛି ।
ଘଟଣା ଅନୁସାରେ ଜଳେଶ୍ବର ଥାନା ଅଧୀନ ରାଜପୁର ଗ୍ରାମର ଶେଖ ରଫିବୁଲ କୋଲକାତାରୁ 3ଶହ ଗ୍ରାମ ବ୍ରାଉନସୁଗାର ନେଇ ଜଳେଶ୍ବର ଆସୁଥିଲା । କୌଣସି ସୂତ୍ରରୁ ଖବର ପାଇ ରେଳବାଇ ପୋଲିସ ଯାଞ୍ଚ କରିବାରୁ 3ଶହ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଗିରଫ କରିଛି ଶେଖ ରଫିବୁଲକୁ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 30 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ