ETV Bharat / state

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି କୃଷକ ମୋର୍ଚ୍ଚା - BJP krushak Morcha targets state government

ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି। ଗୁରୁବାର ବାଲେଶ୍ବର ଗସ୍ତରେ ଆସିଥିଲେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ଅଧିକ ପଢ଼ନ୍ତୁ...

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି କୃଷକ ମୋର୍ଚ୍ଚା

author img

By

Published : Aug 12, 2021, 10:34 PM IST

ବାଲେଶ୍ବର: ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି । ଗୁରୁବାର ବାଲେଶ୍ବର ଗସ୍ତରେ ଆସିଥିଲେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ରାଜ୍ୟରେ କୃଷକମାନଙ୍କର ବାସ୍ତବିକ ସ୍ଥିତି ସର୍ବଭାରତୀୟ ତୁଳନାରେ ଅନେକ ତଳରେ ଅଛି ବୋଲି ପ୍ରଦୀପ କହିଥିଲେ । ଏହାସହ ଆର୍ଥିକ ମାନଦଣ୍ଡ, ଉନ୍ନତ କୃଷି ପ୍ରଣାଳୀ , ବିପଣନ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି କୃଷକ।

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି କୃଷକ ମୋର୍ଚ୍ଚା

ରାଜ୍ୟ ସରକାର କୃଷକଙ୍କ ପ୍ରତି ଖାମଖିଆଲି ମନୋଭାବ ପୋଷଣ କରୁଛନ୍ତି ବୋଲି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି । ଏଥିପାଇଁ ଓଡ଼ିଶାର ଚାଷୀକୂଳ ପାରମ୍ପରିକ ଚାଷରୁ ବିମୁଖ ହେବାକୁ ବସିଛି । ସେହିଭଳି ତ୍ରୁଟିପୂର୍ଣ୍ଣ ଟୋକନ ବ୍ୟବସ୍ଥା ପାଇଁ ଚାଷୀମାନେ ବର୍ଷକୁ ବର୍ଷ ହଇରାଣ ହରକତ ହେଉଥିବାବେଳେ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି କି ବ୍ୟବସ୍ଥାରେ ସୁଧାର ଆଣୁ ନାହାନ୍ତି । କେତେବେଳେ ପଞ୍ଜିକରଣ ପରେ ଟୋକନ ମିଳୁ ନାହିଁ ତ ଆଉ କେତେବେଳେ ଟୋକନ ମୁତାବକ ଧାନ ଚାଷୀ ପାଖରୁ କିଣା ଯାଉନଥିବା ଅଭିଯୋଗ ହୋଇଛି ।

ସେହିଭଳି ବାଲେଶ୍ୱର ସମେତ ଆଖପାଖ ଜିଲ୍ଳାମାନଙ୍କରେ ଜଳସେଚନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଚଳ ଅବସ୍ଥାରେ ରହିଛି । ରାଜ୍ୟରେ ପାଣି ପଞ୍ଚାୟତ କାଗଜ କଲମରେ ସୀମିତ ଭଳି ମନେ ହେଉଛି । ନବୀନ ସରକାରରେ ଜଳସେଚନଠାରୁ ଆରମ୍ଭ କରି ଶୀତଳ ଭଣ୍ଡାର ଅଚଳାବସ୍ଥା ରହିଛି ବୋଲି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.