ବାଲେଶ୍ବର: ଶେଷ ହେଲା ବାଲେଶ୍ଵର ଜିଲ୍ଲାରେ ପକ୍ଷୀ ଗଣନା(bird count ) । ନୀଳଗିରି ରେଞ୍ଜର ପଦ୍ମତୋଳା ୱେଟ୍ ଲ୍ୟାଣ୍ଡ, କୁଲଡ଼ିହା ରେଞ୍ଜର ବଗାଳି ବନ୍ଧ, ଋଷିଆ, ଖୁମକୁଟ୍ ଓ ସାତଘାଟି, ଚାନ୍ଦିପୁର ରେଞ୍ଜର ଆଇଟିଆର୍ କ୍ୟାମ୍ପସ୍, ବୁଢ଼ାବଳଙ୍ଗ ନଦୀ ମୁହାଣ, ବାହାବଳପୁର ନଦୀ ମୁହାଣ, କଣ୍ଟିଆଚିରା ନଦୀ ମୁହାଣ ଓ ରୂପଖଣ୍ଡ, ଜଳେଶ୍ଵର ରେଞ୍ଜର ତାଳସାରୀ, ମୁରଲିଗୁଡ଼ା, ସୁବର୍ଣ୍ଣରେଖା ନଦୀ ମୁହାଣ, ସୋର ରେଞ୍ଜର ସିନ୍ଧୁଆ ଓ ଶୋଳଭଉଣୀରେ ପକ୍ଷୀ ଗଣନା ବିଭାଗୀୟ ରେଞ୍ଜ ଅଧିକାରୀଙ୍କ ତତ୍ତ୍ବାବଧାନରେ ଶେଷ ହୋଇଛି।
ହଜାର ହଜାର କିଲୋମିଟର ଅତିକ୍ରମ କରି ବାଲେଶ୍ବରକୁ ଉଡ଼ି ଆସିଥାନ୍ତି ବିଭିନ୍ନ ପ୍ରଜାତିର ପକ୍ଷୀ। ଦୁଇଦିନ ପରେ ବନ୍ୟପ୍ରାଣୀ ବିଭାଗ ପକ୍ଷୀଗଣନା ରିପୋର୍ଟ ସାର୍ବଜନୀନ କରିବେ ବୋଲି ଜଣାପଡିଛି। ଏହି ଗଣନା ପାଇଁ ପ୍ରତି ଟିମରେ ୪/୫ ଜଣ ଜଣ କର୍ମଚାରୀ ରହିଛନ୍ତି। ତେବେ ଟିମ ପକ୍ଷରୁ ବାଇନାକୁଲାରରେ ପକ୍ଷୀ ଗଣନା କରାଯିବା ସହ ଫଟୋ ମଧ୍ୟ ଉଠାଯାଇଛି। ଏହାବ୍ୟତୀତ ଏକ ୧୦ ଜଣିଆ ଟିମ ଆଇଟିଆର ଓ ବଳରାମଗଡିରେ ମଧ୍ୟ ପକ୍ଷୀ ଗଣନା କରିଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ