ETV Bharat / state

ପରିବେଶ ସଚେତନତା ବାର୍ତ୍ତା ନେଇ ଭଦ୍ରକରୁ ରାଇସିନା ଅଭିମୁଖେ ସାଇକେଲ ଯାତ୍ରା

author img

By

Published : Aug 10, 2022, 9:56 AM IST

ପରିବେଶ ସୁରକ୍ଷା ଚିନ୍ତାରେ ଗଛ ଲଗାଇବାକୁ ଅନୁରୋଧ କରି ଜଣେ ଡ୍ରାଇଭର ସାଇକେଲ ଯୋଗେ ଭଦ୍ରକରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । 8 ତାରିଖରେ ଭଦ୍ରକରୁ ଯାତ୍ରା ଆରମ୍ଭ କରି 25 ଦିନ ଭିତରେ ଦିଲ୍ଲୀରେ ପହଞ୍ଚିବା ନେଇ ତାଙ୍କର ଲକ୍ଷ୍ୟ । ଅଧିକ ପଢନ୍ତୁ

sanjay starts cycle journey from bhadrak to delhi
ସାଇକେଲ ଯାତ୍ରା; ରାଷ୍ଟ୍ରପତିଙ୍କୁ ଭେଟିବେ ମୟୁରଭଞ୍ଜର ସଞ୍ଜୟ ପଣ୍ଡା

ବାଲେଶ୍ବର: ପରିବେଶ ସଚେତନତା ବାର୍ତ୍ତା ନେଇ ସାଇକେଲ ଯୋଗେ ଭଦ୍ରକରୁ ଦିଲ୍ଲୀ ଅଭିମୁଖେ ଯାତ୍ରା । ଯାତ୍ରା ଆରମ୍ଭ କରିଛନ୍ତି ମୟୂରଭଞ୍ଜର ସଞ୍ଜୟ ପଣ୍ଡା । ପରିବେଶ ସୁରକ୍ଷା ଚିନ୍ତାରେ ଗଛ ଲଗାଇବାକୁ ଅନୁରୋଧ କରି ଅନୁରୋଧ କରି ସଞ୍ଜୟ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଭଦ୍ରକରୁ ଯାତ୍ରା ଆରମ୍ଭ କରି 25 ଦିନ ଭିତରେ ଦିଲ୍ଲୀରେ ପହଞ୍ଚିବା ନେଇ ସେ ଲକ୍ଷ୍ୟ ରଖିଛନ୍ତି ।

ସୂଚନା ଅନୁସାରେ, ସଞ୍ଜୟ ପଣ୍ଡା ପେଶାରେ ଜଣେ ଡ୍ରାଇଭର । ସେ ଭଦ୍ରକରେ ଗାଡି ଚଳାଇ ପରିବାର ପ୍ରତିପୋଷଣ କରନ୍ତି । ଏହାସହ ଗଛ ଲଗାଇବା ତାଙ୍କର ଏକ ପ୍ରକାର ନିଶା । ତେବେ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବାପରେ ଜଣେ ଓଡ଼ିଆ ଭାବେ ସେ ନିଜକୁ ଅଟକାଇ ନ ପାରି ଏକ ସାଇକେଲରେ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ରାଷ୍ଟ୍ରପତିଙ୍କୁ ଦେଖା କରିବା ପାଇଁ ବାହାରି ପଡିଛନ୍ତି ।

ତେବେ ଭଦ୍ରକରୁ ବାଲେଶ୍ଵର ହୋଇ ମୟୂରଭଞ୍ଜ ଦେଇ ଜାମସେଦପୁର ବାଟେ ସେ ଦିଲ୍ଲୀ ଯିବେ ବୋଲି ଧାର୍ଯ୍ୟ କରିଛନ୍ତି । ଏଥିପାଇଁ ଯେତେଦିନ ଲାଗିଲେ ମଧ୍ୟ ରାଷ୍ଟ୍ରପତିଙ୍କୁ ଦେଖା କରି ଶୁଭେଚ୍ଛା ଜଣାଇ ଆସିବେ ବୋଲି କହିଛନ୍ତି । ଲୋକଙ୍କ ଠାରୁ ଧାର ଉଧାର କରି ସେ ଦିଲ୍ଲୀ ଅଭିମୁଖେ ବାହାରିଥିବା ବେଳେ ଓଡ଼ିଆ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.