ETV Bharat / state

ଜଳେଶ୍ବର ନିର୍ବାଚନ ମଣ୍ଡଳୀର 2ଟି ବୁଥରେ ଶେଷ ହେଲା ସାନି ମତଦାନ - 2019

ଜଳେଶ୍ବର ନିର୍ବାଚନ ମଣ୍ଡଳୀରେ ଦୁଇଟି ବୁଥରେ ଶେଷ ହେଲା ସାନି ମତଦାନ । ସାନି ମତଦାନରେ 73 ପ୍ରତିଶତ ମତଦାନ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : May 19, 2019, 7:56 PM IST

ବାଲେଶ୍ବର: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ଆଜି ରାଜ୍ୟର 34 ଗୋଟି ବୁଥରେ ସାନି ମତଦାନ ହୋଇଛି । ସେଥିରୁ ତୃତୀୟ ପର୍ଯ୍ୟାୟର 12 ଓ ଚତୁର୍ଥ ପର୍ଯ୍ୟାୟର 22ଗୋଟି ବୁଥରେ ସାନି ମତଦାନ ହୋଇଛି । ସେଥିମଧ୍ୟରୁ ବାଲେଶ୍ବର ଜିଲ୍ଲାର ଜଳେଶ୍ବର ନିର୍ବାଚନ ମଣ୍ଡଳୀ କାଦ୍ରାଇଁଆ ପଞ୍ଚାୟତ ଅନ୍ତର୍ଗତ 187ଓ 189 ବୁଥରେ ସାନି ମତଦାନ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସାନି ମତଦାନ ହୋଇଥିବାରୁ ସୁରକ୍ଷାକୁ ବେଶ ଗୁରୁତ୍ବ ଦେଇଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ପାଇଁ ଗୋଟିଏ ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବଳ ସମେତ ଜଣେ ଡିଏସପି ଦୁଇଜଣ ଆଇଆଇସି ସୁରକ୍ଷା ପାଇଁ ମୁତୟନ ହୋଇଥିଲେ ।

ସାନି ମତଦାନ ହେଉଥିଲେ ମଧ୍ୟ ଜନସାଧାରଣ ଭୋଟ ଦେବାକୁ ଦୀର୍ଘ ସମୟ ଧରି ଲମ୍ବା ଲାଇନରେ ଛିଡା ହୋଇ ମତଦାନ କରିଛନ୍ତି । ନିର୍ଧାରିତ ସମୟ ଶେଷ ସୁଦ୍ଧା ଉକ୍ତ ଦୁଇ ବୁଥରେ 73 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.