ETV Bharat / state

ଆଇଟିଆଇ ଛାତ୍ରଙ୍କ ନୂଆ ଉଦ୍ଭାବନ, ତିଆରି କଲେ ସିକ୍ୟୁରିଟି ଆଲାରାମ

author img

By

Published : Nov 23, 2020, 7:37 PM IST

Updated : Nov 23, 2020, 8:23 PM IST

କୋରୋନା କଟକଣା ସମୟରେ ଘରେ ରହି ଏକ ନୂଆ ଡିଭାଇସର ଆବିଷ୍କାର କରିଛନ୍ତି ବାଲେଶ୍ବରର କିଛି ଯୁବକ । ଏହି ଯୁବକମାନେ ଏକ ଆଲାରାମ ପ୍ରସ୍ତୁତ କରିଛନ୍ତି, ଯାହା ଘରକୁ କେହି ଆସିଲେ ଫୋନକଲ୍ ମାଧ୍ୟମରେ ସୂଚନା ଦେଇପାରିବ । ଅଧକ ପଢନ୍ତୁ...

ଆଇଟିଆଇ ଛାତ୍ରଙ୍କ ନୂଆ ଉଦ୍ଭାବନ, ତିଆରି କଲେ ସିକ୍ୟୁରିଟି ଆଲାରାମ
ଆଇଟିଆଇ ଛାତ୍ରଙ୍କ ନୂଆ ଉଦ୍ଭାବନ, ତିଆରି କଲେ ସିକ୍ୟୁରିଟି ଆଲାରାମ

ବାଲେଶ୍ବର: କୋରୋନା କଟକଣା ସମୟରେ ଘରେ ରହୁଥିବା କିଛି ଯୁବକ ନିଜସ୍ୱ ଜ୍ଞାନ କୌଶଳରେ କିଛି ନୂଆକରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବାଲେଶ୍ଵର ସହରର ଖପରାପଦା ଅଞ୍ଚଳର ଜଣେ ଆଇଟିଆଇ ଛାତ୍ର ଲକଡାଉନବେଳେ ଘରେ ରହି ସମୟର ସଦୁପଯୋଗ କରି ନିଜସ୍ୱ ଜ୍ଞାନ କୌଶଳ ଓ ୟୁଟୁବରୁ ଦେଖି ତିଆରି କରିଛନ୍ତି ପ୍ରାଇଭେଟ ପ୍ଲେସ ସିକ୍ୟୁରୀଟି ଆଲାରାମ । ଯେଉଁ ଆବିଷ୍କାର ଉକ୍ତ ଛାତ୍ର ଜଣଙ୍କୁ ଦେଇଛି ଏକ ନୂତନ ପରିଚୟ ।

ଆଇଟିଆଇ ଛାତ୍ର ଅମନ ଖାନ କରୋନା କାରଣରୁ ଯେତେବେଳେ ଲକଡାଉନରେ ସମସ୍ତେ ଘରେ ରହୁଥିଲେ ସେ କିଛି ନୂଆ କରି ଦେଖାଇବାର ଇଚ୍ଛା ରଖିଥିଲେ। ଏଥିପାଇଁ ସେ ୟୁଟ୍ୟୁବ ଦେଖିବା ସହ ଘରେ କେହି ନଥିବାବେଳେ ଘର ଉପରେ ନଜର ରଖିବା ପାଇଁ ସେ ପ୍ରାଇଭେଟ ପ୍ଲେସ ସିକ୍ୟୁରିଟି ଆଲାରାମ ତିଆରି କରିବା ପାଇଁ ମନ ବଳାଇଥିଲେ । ଏଥିପାଇଁ ସେ ଆରମ୍ଭ କରିଥିଲେ କସରତ । ଅନଲାଇନ ଓ ଲୋକାଲ ବଜାରରୁ ଏହି ଆଲାରାମ ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣି ଖଞ୍ଜିବା ଆରମ୍ଭ କରିଥିଲେ । ଦୀର୍ଘମାସର ପରିଶ୍ରମ ଓ ଅନେକ ଥର ବିଫଳତା ପରେ ଅମନ ଆଲାରାମ ତିଆରି କରିବାରେ ସଫଳ ହୋଇଛନ୍ତି । ଏହି ଆଲାରାମଟି ଘର ଦୁଆରରେ ଲଗାଇବାକୁ ପଡିଥାଏ । ଯେଉଁଥିରେ ଏକ ସିମ, ଚାର୍ଜେବୁଲ ଲିଥିଅନ ବ୍ୟାଟେରୀ, ସେନ୍ସର ଓ ଏକ କିଟ ଲାଗିଛି । ଘରେ କେହି ନଥିବାବେଳେ ଯଦି ଘରକୁ କେହି ଆସିବାକୁ ଚେଷ୍ଟା କରନ୍ତି ତେବେ ଏହି ଆଲାରାମରେ ଲାଗିଥିବା ସେନ୍ସର ତାହାକୁ ଚିହ୍ନଟ କରିଥାଏ । କିଛି ସମୟ ଭିତରେ ଉକ୍ତ ଡିଭାଇସରେ ଲାଗିଥିବା ସିମରୁ ନିଜ ନମ୍ବରକୁ ଆପେଆପେ କଲ ଯିବ । ଯାହାକି ଘରର ମାଲିକଙ୍କୁ ସୁଚାଇଦେବ ଯେ, ଘର ଆଗରେ କେହି ଛିଡା ହୋଇଛନ୍ତି । ଏହି ଆଲାରାମ ଜରିଆରେ ଘରେ ବାହାରେ ଥିବା ପରିବାର ଲୋକ ଅତି ସହଜରେ ଘରକୁ କେହି ଆସିଲେ ଜାଣି ପାରିବେ । ଆଗାମୀ ଦିନରେ ଏହି ଡିଭାଇସକୁ ଆହୁରି ଛୋଟ ଆକାରରେ ତିଆରି କରିବାକୁ ଇଚ୍ଛା ରଖିଛନ୍ତି । ଯେଉଁଥିରେ ସ୍ପିକର ସହ ଏକ ମାଇକ ରହିବ । ଯେତେବେଳେ ଘରକୁ ବାହାର ଲୋକେ ଆସିବେ ଡିଭାଇସରୁ କଲକରି କଥାବାର୍ତ୍ତା କରିପାରିବେ । ଯାହାକି ପ୍ରତ୍ୟକ ଲୋକଙ୍କ ଆବଶ୍ୟକତା ପଡିବ ନିଶ୍ଚିତ । ଏହି ଅତ୍ୟାଧୁନିକ ଡିଭାଇସ ତିଆରି କରିବା ପାଇଁ ଆବଶ୍ୟକ ହେଉଥିବା ଅର୍ଥଭାବ ଦେଖାଦେଇଛି ଏମାନଙ୍କ ପାଖରେ। ଏଥିପାଇଁ ପଡୋଶୀ ତଥା ଅମନଙ୍କ ମାଆ ସରକାରୀ କିମ୍ବା ବେସରକାରୀ ସଂସ୍ଥା ପକ୍ଷରୁ ସହାୟତା ନିବେଦନ କରିଛନ୍ତି ।ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Nov 23, 2020, 8:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.