ETV Bharat / state

ଅସହାୟ ପରିବାର ଉପରେ କେବେ ପଡିବ ସରକାରୀ ନଜର ! - ବାଲେଶ୍ବରରେ ଅସହାୟ ପରିବାର

ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକର ତୋଭାପାଳ ସାହିର ଲୋଧା ସିଂ । ଦୁର୍ଘଟଣା ଏମିତି ଦୁଃଖ ଆଣିଦେଇଛି ଯେ ରୋଜଗାରିଆ ମଣିଷ ଶଯ୍ୟାଶାୟୀ ହେବାପରେ ଏବେ ପରିବାର ଦାଇତ୍ବ ନେଉଛି ସ୍ତ୍ରୀ । ଅଧିକ ପଢନ୍ତୁ

ଅସହାୟ ପରିବାର ଉପରେ କେବେ ପଡିବ ସରକାରୀ ନଜର  !

author img

By

Published : Nov 5, 2022, 9:57 AM IST

ବାଲେଶ୍ବର: ହସଖୁସିରେ ଚାଲିଥିଲା ସଂସାର, କିନ୍ତୁ ସବୁକିଛି ଉଜାଡି ଦେଲା ଏକ ସଡକ ଦୁର୍ଘଟଣା । ଏମିତି ଏକ ଅସହାୟ ପରିବାର ହେଉଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ବଡପାଳ ପଞ୍ଚାୟତ ତୋଭାପାଳ ସାହିର ଲୋଧା ସିଂ ଙ୍କ ପରିବାର । ଦୁର୍ଘଟଣା ଏମିତି ଦୁଃଖ ଆଣିଦେଇଛି ଯେ, ରୋଜଗାରିଆ ମଣିଷ ଶଯ୍ୟାଶାୟୀ ହେବାପରେ ଏବେ ପରିବାର ଦାଇତ୍ବ ନେଉଛି ସ୍ତ୍ରୀ । ପରିବାର ଚଳାଇବା ପାଇଁ ସ୍ତ୍ରୀ ମୂଲ ଲାଗିବାକୁ ଯାଉଛି ।

ଅସହାୟ ପରିବାର ଉପରେ କେବେ ପଡିବ ସରକାରୀ ନଜର !

ତେବେ ସମୟ ଥିଲା ଯେବେ ଲୋଧା ସିଂ ଜଣେ ଭଲ ପକ୍କା ମିସ୍ତ୍ରୀ ଭାବେ ରେମୁଣାରେ ବେଶ ଜଣାଶୁଣା ଥିଲେ । ତାଙ୍କ ରୋଜଗାରରେ ପୁରା ପରିବାର ହସଖୁସିରେ ସମୟ କାଟୁଥିଲେ । ଦୁଇପୁଅ ଓ ସ୍ତ୍ରୀଙ୍କୁ ନେଇ ଭବିଷ୍ୟତ ପାଇଁ ଅନେକ ସ୍ବପ୍ନ ବାନ୍ଧିଥିଲେ ଲୋଧା । ସ୍ବପ୍ନ ଥିଲା ପିଲା ଦୁଇଜଣଙ୍କୁ ଭଲ ପାଠ ପଢାଇ ବଡ ମଣିଷ କରିବେ। ହେଲେ ସମୟ ସବୁକିଛି ଓଲଟାଇ ଦେଇଛି । ପ୍ରାୟ 3 ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ଲୋଧାଙ୍କ ଶରୀରର ଅଧିକାଂଶ ଅଙ୍ଗ କାମ କରିବା ବନ୍ଦ କରିଦେଇଛି । ସେବେଠାରୁ ଲୋଧା ଶଯ୍ୟାଶାୟୀ ହୋଇ ଯାଇଛନ୍ତି ।

ଧୀରେଧୀରେ ଲୋଧାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାକୁ ଲାଗିଥିବାବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ପରିବାର ଚଳାଇବା ପାଇଁ ଏବେ ସ୍ତ୍ରୀ ମୁନି ସିଂ ଅଣ୍ଟା ଭିଡିଛନ୍ତି । ଜଣେ ମହିଳା ହୋଇ ମଧ୍ୟ କେତେବେଳେ ସେ ପକ୍କା କାମ କରିବାକୁ ଯାଉଛନ୍ତି ତ, କେତେବେଳେ ପୁଣି ପର ଘରେ ମୂଲ ଲାଗୁଛନ୍ତି । ଅନ୍ୟପଟେ ବଡ ପୁଅର ଆଖିକୁ ଭଲ ଭାବେ ଦେଖା ଯାଉନଥିବାବେଳେ ଦୁଇ ଜଣଙ୍କ ପାଠ ପଢା ଚିନ୍ତା ମୁନି ସିଂଙ୍କୁ ଘାରିଛି ।

ଏନେଇ ଅତି ଦୟନୀୟ ଅବସ୍ଥାରେ ଲୋଧା ସିଂ ଙ୍କ ପରିବାର ବସବାସ କରୁଥିବାବେଳେ ସେମାନଙ୍କ ଜମି ପଟ୍ଟା ବା ଭଲ ଘର ଖଣ୍ଡିଏ ନାହିଁ। ଭୂମିହୀନ ମାନଙ୍କୁ ସରକାରୀ ସ୍ତରରେ ସହଯୋଗ ଯୋଗାଇ ଦିଆଯିବା କଥା କୁହାଯାଉ ଥିବାବେଳେ ସେଥିରୁ ବଞ୍ଚିତ ହୋଇଛି ଏହି ପରିବାର । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର ଯୋଜନାରେ ମଧ୍ୟ ଏହି ପରିବାର ସାମିଲ ହୋଇ ପାରିନାହିଁ । ଏଥିପାଇଁ ଏ ଦୁଃଖି ପରିବାର ପାଖରେ ସରକାରୀ ସହାୟତା କେବେ ପହଞ୍ଚି ପାରୁଛି ତାହା ହିଁ ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.