ETV Bharat / state

ବାଲେଶ୍ବର ସଦର ଉପ ନିର୍ବାଚନ: ପ୍ରଶାସନିକ ବ୍ୟବସ୍ଥା ଓ ନିୟମ ବୁଝାଇଲେ ଜିଲ୍ଲାପାଳ

author img

By

Published : Oct 9, 2020, 10:06 AM IST

ବାଲେଶ୍ଵର ସଦର ଉପନିର୍ବାଚନ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ । ଗାଇଡ ଲାଇନ ସମ୍ପର୍କରେ ବୁଝାଇଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ବାଲେଶ୍ବର ସଦର ଉପ ନିର୍ବାଚନ
ବାଲେଶ୍ବର ସଦର ଉପ ନିର୍ବାଚନ

ବାଲେଶ୍ଵର: ସଦର ଉପନିର୍ବାଚନ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ । ନିର୍ବାଚନ ସମ୍ପର୍କରେ ପ୍ରଶାସନିକ ବ୍ୟବସ୍ଥା ଓ ନିୟମ ବୁଝାଇଲେ ବାଲେଶ୍ବର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ । ଆଜି ଉପନିର୍ବାଚନର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ଗାଇଡ ଲାଇନ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି ।

ବାଲେଶ୍ବର ସଦର ଉପ ନିର୍ବାଚନ

ଚଳିତ ଥର କୋଭିଡ ଏସଓପି ଅନୁଯାୟୀ ନିର୍ବାଚନ ପରିଚାଳନା କରାଯିବ। ଏଥିପାଇଁ 9ଟି ସାଧାରଣ ସ୍ଥାନକୁ ଛାଡି ଦେଲେ ଅନ୍ୟ କେଉଁଠି ସଭାସମିତି ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ସେହିପରି ରାଜନୈତିକ ସଭା ଗୁଡିକରେ 100 ଜଣରୁ ଅଧିକ ଲୋକ ସାମିଲ ନହେବାକୁ ପରାମର୍ଶ ଦିଆଯାଇଛି।

ସଭା ପରିସରରେ ମେଡିକାଲ ଟିମ କୋଭିଡ ନିୟମ ପାଳନ ନେଇ ଯାଞ୍ଚ କରିବେ ଓ ଏଥିପାଇଁ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଟିମ ଗଠନ ହେବ ବୋଲି ସେ କହିଛନ୍ତି । ଏହି ଟିମ୍‌ର ନୋଡାଲ ଅଫିସର ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ରହିବେ। ସେହିପରି କୋଭିଡ ରୋଗୀ, ବରିଷ୍ଠ ନାଗରିକ, ଭିନ୍ନକ୍ଷମମାନଙ୍କ ପାଇଁ ପୋଷ୍ଟାଲ ବାଲେଟ ବ୍ୟବସ୍ଥା କରାଯିବ। ବୁଥ ଲେବଲ ଅଫିସରମାନେ ପୋଷ୍ଟାଲ ବାଲେଟ ଘରଘର ବୁଲି ସଂଗ୍ରହ କରିବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

ପୋଲିଂ ପାର୍ଟି ବିତରଣ ପାଇଁ 10 ଟି ବୁଥ ପାଇଁ ଗୋଟିଏ କାଉଣ୍ଟର ହେବ। ପୋଲିଂ ପାର୍ଟି ସେଠାରୁ ଆସି ଇଭିଏମ ନେଇ ନିଜ ଅଞ୍ଚଳକୁ ଯିବେ। ନିର୍ବାଚନରେ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ 5ଟି ଫ୍ଲାଇଂ ସ୍କ୍ବାର୍ଡ ରହିବେ। ଅନ୍ୟପଟେ କୌଣସି ସୁବିଧା ଅସୁବିଧା ଜଣାଇବା ପାଇଁ କଣ୍ଟ୍ରୋଲ ରୁମ 24 ଘଣ୍ଟିଆ ରହିବ ଓ ଏଥିପାଇଁ 1950 ନମ୍ବରରେ ଫୋନ କରି କୌଣସି ବ୍ୟକ୍ତି ନିର୍ବାଚନ ସମ୍ପର୍କରେ ଅଭିଯୋଗ କରିପାରିବେ ବୋଲି ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.