ETV Bharat / state

ବିପଦରେ ରୋଗୀ ଜୀବନ, ଆମ୍ବୁଲାନ୍ସକୁ ଛାଡୁନାହାଁନ୍ତି ବାଟ - ଆମ୍ବୁଲାନ୍ସକୁ ବାଟ ଫିଟୁନି

ଟ୍ରାଫିକ ଭିତରେ ଘଣ୍ଟା ଘଣ୍ଟା ଧରି ଫସି ରହୁଛି ଆମ୍ବୁଲାନ୍ସ । ଯେତେ ସାଇରନ ମାରିଲେ ବି ଆମ୍ବୁଲାନ୍ସକୁ ଯିବାକୁ ମିଳୁନି ବାଟ । ବାଲେଶ୍ବର ଜାତୀୟ ରାଜପଥର ଗଳାପୋଲରେ ଏକ ଆମ୍ବୁଲାନ୍ସ ଅଟକି ରହିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 3, 2019, 5:20 PM IST

ବାଲେଶ୍ବର: ଆମ୍ବୁଲାନ୍ସକୁ ବାଟ ଛାଡୁନାହାଁନ୍ତି ଲୋକେ । ଯେତେ ସାଇରନ ମାରିଲେ ବି କମୁନି ଲୋକଙ୍କ ଭିଡ । ଫଳରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମରେ ଫସି ରହୁଛି ଗାଡି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ବାଲେଶ୍ବର ଜାତୀୟ ରାଜପଥର ଗଳାପୋଲ ନିକଟରେ ।

ପ୍ରତିଦିନ ଏହି ଗଳାପୋଲ ଦେଇ ଶହ ଶହ ଲୋକେ ସୋର ବଜାରକୁ ଯିବା ଆସିବା କରିଥାନ୍ତି । ମାତ୍ର ଅଣଓସାରିଆ ପୋଲ ଯୋଗୁଁ ଅନେକ ସମୟରେ ଟ୍ରାଫିକ ଜାମ ହୋଇଥାଏ । ଆଉ ଏହି ସମସ୍ୟା ପାଇଁ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଭିଡ ଭିତରେ ଫସି ରହୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନେଲେ ଆମ୍ବୁଲାନ୍ସ ଭିତରେ ରୋଗୀର ପ୍ରାଣ ଯାଇପାରେ ବୋଲି ଅଭିଯୋଗ ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ସାଇରନ ମାରି ଥକି ପଡ଼ିଲେ ବି ଲୋକଙ୍କ ଭିଡ଼ କମୁନି, ଏପଟେ ରୋଗୀଙ୍କୁ ନେଇ ମେଡିକାଲ ଯାଉଥିବା ଆମ୍ବୁଲାନ୍ସ ଅଧାରାସ୍ତାରେ ଟ୍ରାଫିକ ଜାମ ଯୋଗୁଁ ଫସି ରହିଛି। ଏ ଦୃଶ୍ୟ ବାଲେଶ୍ଵର ଜିଲ୍ଲା ସୋର ଜାତୀୟ ରାଜପଥର ଗଳାପୋଲ ନିକଟରେ।
ସୋର ବଜାର ଭିତରକୁ ଯିବାଆସିବା ପାଇଁ ଏହି ଗଳାପୋଲ ଦେଇ ପ୍ରତିଦିନ ଲୋକମାନେ ଯାଇଥାନ୍ତି। ଏହି ବାଟ ଦେଇ ମେଡିକାଲକୁ ମଧ୍ୟ ଯିବାକୁ ପଡ଼େ। ମାତ୍ର ଅଣ ଓସାରିଆ ପୋଲ ଯୋଗୁଁ ଅନେକ ସମୟରେ ଟ୍ରାଫିକ ଜାମ ହୋଇଥାଏ। ଆଉ ଏହି ସମସ୍ୟା ପାଇଁ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଭିଡ଼ ଭିତରେ ଫସି ରହୁଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏ ସମସ୍ୟା ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ନଦେଲେ ଆମ୍ବୁଲାନ୍ସ ଭିତରେ ରୋଗୀର ପ୍ରାଣ ଚାଲିଯାଇପାରେ ବୋଲି ଅଭିଯୋଗ ହୋଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.