ETV Bharat / state

ସଂଶୋଧିତ ଶ୍ରମ ଆଇନକୁ ଏଆଇଟିୟୁସିର ବିରୋଧ - ବାଲେଶ୍ବର ଖବର

ବାଲେଶ୍ବର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏଆଇଟିୟୁସି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଶୋଧିତ ନୂତନ ଶ୍ରମ ଆଇନ ବିରୋଧରେ ଏଆଇଟିୟୁସି ପକ୍ଷରୁ ଏହି ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅଧିକ ପଢ଼ନ୍ତୁ...

ସଂଶୋଧିତ ଶ୍ରମ ଆଇନକୁ ଏଆଇଟିୟୁସିର ବିରୋଧ
ସଂଶୋଧିତ ଶ୍ରମ ଆଇନକୁ ଏଆଇଟିୟୁସିର ବିରୋଧ
author img

By

Published : Mar 22, 2021, 9:41 PM IST

ବାଲେଶ୍ବର: ବାଲେଶ୍ବର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏଆଇଟିୟୁସି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଶୋଧିତ ନୂତନ ଶ୍ରମ ଆଇନ ବିରୋଧରେ ଏଆଇଟିୟୁସି ପକ୍ଷରୁ ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଲାଗୁ ହେବାକୁ ଥିବା ଶ୍ରମ ଆଇନ ଶ୍ରମିକମାନଙ୍କ ପାଇଁ କ୍ଷତିକାରକ। କମ୍ପାନୀ ମାଲିକଙ୍କୁ ଅଧିକ ଲାଭ ଦେବାକୁ ଏହି ଆଇନ ଲାଗୁ କରାଯାଉଥିବା ଅଭିଯୋଗ ହୋଇଛି।

ସଂଶୋଧିତ ଶ୍ରମ ଆଇନକୁ ଏଆଇଟିୟୁସିର ବିରୋଧ

କେନ୍ଦ୍ର ସରକାରଙ୍କ କମ୍ପାନୀମାନଙ୍କ ସହ ପ୍ରିୟାପ୍ରୀତି ଯୋଗୁଁ ଏମିତି ନିୟମ ଲାଗୁ କରାଉଥିବା ଅଭିଯୋଗ ହୋଇଛି। ଏହି ଆଇନକୁ ବିରୋଧ କରିଛି ଏଆଇଟିୟୁସି। ଏଆଇଟିୟୁସି ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଥାନୀୟ ଷ୍ଟେସନ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସଂଶୋଧିତ ନୂତନ ଶ୍ରମ ଆଇନ ପ୍ରତ୍ୟାହାର ପାଇଁ ଦାବି କରିଛି ଏଆଇଟିୟୁସି। ଆଇନ ପ୍ରତ୍ୟାହାର ନକଲେ ପୁନଃ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଏଆଇଟିୟୁସି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.