ETV Bharat / state

ଆୟୁଷ୍ମାନ ଯୋଜନାର ଲାଭ ଉଠାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ

ବାଲେଶ୍ବର ଆଇଟିଆର କଲୋନୀରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗ ଦେଇ ଏହାର ସେବା ନେବା ପାଇଁ ସେ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ।

author img

By

Published : Jul 14, 2019, 1:07 PM IST

Updated : Jul 14, 2019, 1:53 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଭୁବନେଶ୍ବର ଏମ୍ସର ସପ୍ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ବାଲେଶ୍ବର ଆଇଟିଆର କଲୋନୀରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି । ତେବେ ବାଲେଶ୍ବର ଏମ୍ସ ସେଟଲାଇଟ ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶ୍ରୀ ଷଡଙ୍ଗୀ ଭୁରିଭୁରି ପ୍ରଶଂସା କରିଥିଲେ । କେନ୍ଦ୍ର ସରକାର ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆୟୁଷ୍ମାନ ଭଳି ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ଏହାର ସେବା ନେବା ପାଇଁ ସେ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଖବର ଅନୁଯାୟୀ, ଦୀର୍ଘ 2 ବର୍ଷ ହେବ ଏମ୍ସ ଓପିଡ଼ିର ଏହି ମାଗଣା ସ୍ବାସ୍ଥ୍ୟସେବା ଆଇଟିଆର ତତ୍ବାବଧାନରେ ହେଉଥିବାରୁ ଶ୍ରୀ ଷଡଙ୍ଗୀ ଆଇଟିଆର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଟିଆର ନିର୍ଦ୍ଦେଶକ ଡ଼ ବିନୟ କୁମାର ଦାସ, ଏମ୍ସର ଡେପୁଟି ନିର୍ଦ୍ଦେଶକ ପିକେ ରାଏ, ଏମ୍ସର ନିର୍ଦ୍ଦେଶକ ଡା ଗୀତାଞ୍ଜଳି ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟପଟେ ପ୍ରତାପ ଷଡଙ୍ଗୀଙ୍କ ଏହି କାର୍ଯ୍ୟକ୍ରମକୁ ରେମୁଣା ବିଧାୟକଙ୍କୁ ନିମନ୍ତ୍ରଣ ନକରିବା ଅଭିଯୋଗରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଏହି ମାମଲାରେ 7 ଜଣଙ୍କୁ ଅଟକ ରଖିଛି ପୋଲିସ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ଭୁବନେଶ୍ୱର ଏମ୍ସର ସପ୍ତମ ପ୍ରତିଷ୍ଠା ଦିବସ ଅବସରରେ ବାଲେଶ୍ୱର ଆଟିଆର କଲୋନୀରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।

Body:କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବାଲେଶ୍ୱର ଏମ୍ସ ସେଟଲାଇଟ ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶ୍ରୀ ଷଡଙ୍ଗୀ ପ୍ରଶଂସା କରିଥିଲେ। କେନ୍ଦ୍ର ସରକାର ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆୟୁଷମାନ ଭଳି ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ଏହାର ସେବା ନେବାପାଇଁ ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

Conclusion:ଦୀର୍ଘ 2 ବର୍ଷ ହେବ ଏମ୍ସ ଓପିଡ଼ିର ଏହି ମାଗଣା ସ୍ୱାସ୍ଥ୍ୟସେବା ଆଇଟିଆର ତତ୍ୱାବଧାନରେ ହେଉଥିବାରୁ ଶ୍ରୀ ଷଡଙ୍ଗୀ ଆଟିଆର କର୍ମକାର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଟିଆର ନିର୍ଦ୍ଦେଶକ ଡ଼ ବିନୟ କୁମାର ଦାସ, ଏମ୍ସର ଡେପୁଟି ନିର୍ଦ୍ଦେଶକ ପିକେ ରାଏ, ଏମ୍ସର ନିର୍ଦ୍ଦେଶକ ଡା ଗୀତାଞ୍ଜଳି ପ୍ରମୁଖ ଉପସ୍ଥିତ ଥିଲେ।
Last Updated : Jul 14, 2019, 1:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.