ବାଲେଶ୍ଵର: ଜିଲ୍ଲାରେ ବିପୁଳ ଚୋରା ମଦ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଶୁକ୍ରବାର ଚଢାଉ କରିଛି। ଏହି ଘଟଣାରେ ଅବକାରୀ ବିଭାଗ 600 ଲିଟର ଦେଶୀ ମଦ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।
ସଦର ନିର୍ବାଚନକୁ ଆଖିରେ ରଖି ଅବକାରୀ ବିଭାଗ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଏହା ମାଧ୍ୟମରେ ତଥ୍ୟ ହାସଲ କରି ସଦର ଅବକାରୀ ଓ ମୋବାଇଲ ୟୁନିଟ ପକ୍ଷରୁ ବଙ୍କାଖେଜୁରୀ ଛକ ଓ ସାନ୍ତା ଛକ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ଦୁଇଟି ଚାରି ଚକିଆ ଭ୍ୟାନ, 6ଶହ ଲିଟର ଦେଶୀ ମଦ ଜବତ କରାଯିବା ସହ 3 ଜଣଙ୍କୁ ଗିରଫ ଅବକାରୀ ବିଭାଗ କରିଛି। ଏହି ମଦ ପୁରୁଣା ବାଲେଶ୍ଵର ଅଞ୍ଚଳରୁ ସୋର ଅଞ୍ଚଳକୁ ଚାଲାଣ ହେଉଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ