ବାଲେଶ୍ବର: ରାଜ୍ୟ ସାରା ଲକଡାଉନ ଘୋଷଣା ହୋଇଛି । ତେବେ ଏହି ସମୟରେ ଚୋରା ବେପାରୀଙ୍କ କାରବାର ବଢିଛି । ଚୋରାରେ ମଦ କାରବାର କରିବା ଅଭିଯୋଗରେ ପୋଲିସ 3 ଜଣଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲକଡାଉନ ନିୟମ ଉଲ୍ଲଙ୍ଘନ କରି ଚୋରାରେ ମଦ ବେପାର ଚାଲିଥିବା ଅଭିଯୋଗ ହୋଇଥିଲା । ଏହା ଆଧାରରେ ଟାଉନ ଥାନା ପୋଲିସ ଏହି କାରବାରରେ ସମ୍ପୃକ୍ତ 3 ଜଣଙ୍କୁ ଗିରଫ କରିଛି । ଏହାସହ 30 ଲିଟର ବିଦେଶୀ ମଦ ଜବତ କରିଛି ।
ଗିରଫ ଅଭିଯୁକ୍ତମାନେ ଦିବ୍ୟଜ୍ୟୋତି ଚାନ୍ଦ, ରୂପକ ବାରିକ ଓ କୃଷ୍ଣଚନ୍ଦ୍ର ଶତପଥୀ ବୋଲି ଜଣାପଡିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ