ETV Bharat / state

ନିର୍ମାଣାଧୀନ କୋଠାରୁ ପଡି ଶ୍ରମିକଙ୍କ ମୃତ୍ୟୁ, ବିନା ବ୍ୟବଚ୍ଛେଦରେ ମୃତଦେହ ହସ୍ତାନ୍ତର

author img

By

Published : Jul 9, 2023, 11:29 AM IST

ନିର୍ମାଣାଧୀନ କୋଠାରୁ ଖସିପଡି ଶ୍ରମିକଙ୍କ ମୃତ୍ୟୁ । ବିନା ବ୍ୟବଚ୍ଛେଦରେ ମୃତଦେହ ହସ୍ତାନ୍ତର ହେବା ପରେ ଘଟଣାକୁ ଚପାଇବାକୁ ଉଦ୍ୟମ ହେଉଥିବା ସନ୍ଦେହ । ଅଧିକ ପଢନ୍ତୁ

Worker dies after falling from construction site

ବଲାଙ୍ଗୀର: ନିର୍ମାଣାଧୀନ କୋଠାରୁ ଖସି ପଡି ଶ୍ରମିକଙ୍କ ମୃତ୍ୟୁ । ବିନା ବ୍ୟବଚ୍ଛେଦରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର । ଥାନାରେ ମାମଲା ନକରି ମୃତଦେହ ହସ୍ତାନ୍ତର କରିବାରୁ ପ୍ରଶାସନର ଭୂମିକାକୁ ନେଇ ସନ୍ଦେହ ଉପୁଜିଛି । ଏଭଳି ଘଟଣା ଘଟିଛି ବଲାଙ୍ଗୀର ପାଟଣାଗଡ଼ ଠାରେ । ମୃତକ ଜଣକ ହେଉଛନ୍ତି ପାଟଣାଗଡ଼ ଉଲବ୍ବା ଗ୍ରାମର ରବୀନ୍ଦ୍ର ଭୁଏ । ଉପଜିଲ୍ଲାପାଳ ଆବାସିକ କାର୍ଯ୍ୟାଳୟ ପଛ ପଟେ ଘର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।

ଶନିବାର ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପଛ ପଟେ ନିର୍ମାଣାଧୀନ କୋଠା କାମ ଚାଲିଥିଲା । ସେଠାରେ ରବୀନ୍ଦ୍ର ନିୟୋଜତ ହୋଇଥିଲେ । କାମ କରୁଥିବା ସମୟରେ କୌଣସି କାରଣରୁ ହଠାତ ସେ ଛାତରୁ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠି ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ରବୀନ୍ଦ୍ରଙ୍କ ମୃତଦେହ ପରିବାର ଲୋକେ ନେଇଯାଇଥିବାର ପ୍ରଶାସନ କହିଥିଲା । ଏଥିସହ ମୃତକଙ୍କ ପରିବାର ଲୋକଙ୍କୁ ଅନୁକମ୍ପାମୂଳକ 10 ହଜାର ଟଙ୍କା ସାହାଯ୍ୟ ପ୍ରଦାନ କରାଯାଇଥିଲା ।

ଏହି ଘଟଣାରେ ଥାନାରେ ମାମଲା ନହେବା ଏବଂ ମୃତଦେହ ବ୍ୟବଚ୍ଛେଦ କରାନଯିବା ଅନେକ ପ୍ରଶ୍ନ ଛିଡା କରିଛି । ପାଟଣାଗଡ଼ ଅତିରିକ୍ତ ତହସିଲଦାର ଧିରଜ ପାତ୍ର କହିଛନ୍ତି ଯେ, ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପଛ ପଟେ ନିର୍ମାଣାଧୀନ କୋଠାରୁ ଜଣେ ଶ୍ରମିକ ଖସି ପଡିଥିଲେ । ଏହାପରେ ତୁରନ୍ତ ତାଙ୍କୁ ପାଟଣାଗଡ଼ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ଶ୍ରମିକଙ୍କ ମୃତଦେହ ବ୍ୟବଚ୍ଛେଦ ନକରି ତାଙ୍କ ଘର ଲୋକ ସେଠୁ ନେଇ ଯାଇଥିଲେ । ତେବେ ସେ ନିଜେ ମୃତକଙ୍କ ଗାଁକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ରେଡକ୍ରସ ପକ୍ଷରୁ 10 ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ 3 ହଜାର ଟଙ୍କା ଦିଆଯାଇ ଥିବାର କହିଛନ୍ତି ।

ଅନ୍ୟପଟେ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କ ପାଖରେ ଏହାର ସୂଚନା ଥିବାବେଳେ ତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଇଥିବାର ପ୍ରକାଶ କରିଛନ୍ତି । କିନ୍ତୁ ଶ୍ରମିକ ଜଣକର କେଉଁ ପରିସ୍ଥିତିରେ ଓ କେମିତି ମୃତ୍ୟୁ ହେଲା ସେ ଜାଣି ନଥିବା କହିଛନ୍ତି । ତେବେ ଶ୍ରମିକଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? କାହିଁକି ତାଙ୍କର ମୃତଦେହ ବ୍ୟବଚ୍ଛେଦ ହେଲା ନାହିଁ ? ଏନେଇ ପୋଲିସ ପାଖରେ କ'ଣ ପାଇଁ କୌଣସି ଅଭିଯୋଗ ହୋଇନି ? କୋଠା ନିର୍ମାଣ କରୁଥିବା ଠିକାଦାର ଶ୍ରମିକମାନଙ୍କ ପାଇଁ କଣ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ ? ଏମିତି ଅନେକ ପ୍ରଶ୍ନକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.