ETV Bharat / state

ବଲାଙ୍ଗୀରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ, ଉଦଘାଟନ କଲେ ବିଭିନ୍ନ ପ୍ରକଳ୍ପ - 5ଟି ସରକାର

WODC Chairman in Balangir: ଦୁଇ ଦିନିଆ ବଲାଙ୍ଗୀର ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ବିଭିନ୍ନ ଉନ୍ନୟନ ମୂଳକ କାମର ତଦାରଖ ସହିତ ଅନେକ ପ୍ରକଳ୍ପର କଲେ ଉଦଘାଟନ । ଅଧିକ ପଢନ୍ତୁ

ବଲାଙ୍ଗୀର ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ , ଉଦଘାଟନ କଲେ ବିଭିନ୍ନ ପ୍ରକଳ୍ପ

author img

By ETV Bharat Odisha Team

Published : Dec 21, 2023, 10:35 PM IST

ବଲାଙ୍ଗୀର ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ , ଉଦଘାଟନ କଲେ ବିଭିନ୍ନ ପ୍ରକଳ୍ପ

ବଲାଙ୍ଗୀର: ଦୁଇ ଦିନିଆ ବଲାଙ୍ଗୀର ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ଦୁଇ ଦିନରେ ଜିଲ୍ଲାରେ ମାରାଥନ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାମର ତଦାରଖ ଓ ଅନେକ ପ୍ରକଳ୍ପର କଲେ ଉଦଘାଟନ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ପ୍ରଥମ ଦିନରେ ଟିଟିଲାଗଡ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାମରେ ତଦାରଖ ସହ ଅନେକ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ । ସେହିପରି ଟିଟିଲାଗଡ ସହରରରେ ଲାଗିଥିବା ସିସିଟିଭି ସୁରକ୍ଷା ବ୍ୟବସ୍ଥାର ଶୁଭ ଉଦଘାଟନ କରିଥିଲେ । ସେହିପରି ଆଜି ଦ୍ଵିତୀୟ ଦିନରେ ସେ ବଲାଙ୍ଗୀର ସହର ଗାନ୍ଧୀ ଷ୍ଟାଡିୟମ୍ ଠାରେ ନୂତନ ପାଭିଲିୟନର ଶୁଭ ଉଦଘାଟନ କରିଥିଲେ । ଏହି ପାଭିଲିୟନ ନିର୍ମାଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୨.୪୨ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା ।

ଏହାସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଅନୁମୋଦିତ ହୋଇଥିବା ୩.୩0 କୋଟି ଅନୁଦାନର ଫ୍ଲଡ୍ ଲାଇଟର ଭିତ୍ତି ପ୍ରସ୍ତର ମଧ୍ୟ ସେ ସ୍ଥାପନା କରିଛନ୍ତି । ଅନ୍ୟପକ୍ଷେ ମାଧିଆପାଲି ଗ୍ରାମପଞ୍ଚାୟତର ନିର୍ମିତ ହେଉଥିବା ଗୋଷ୍ଠୀ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହାର ନିର୍ମାଣ କାର୍ଯ୍ୟ ପାଇଁ ପରିଷଦ ପକ୍ଷରୁ ୭.୮୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା । ଆସନ୍ତା ଦୁଇ ମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ଆଜି ଟଙ୍କାର ଗସ୍ତରେ ରାଜେନ୍ଦ୍ର ନାରାୟଣ ସିଂହଦେଓ ଷ୍ଟାଡିୟମରେ ଅଲମ୍ପିକସ୍ତରୀୟ ଖେଳ ଫେନସିଂ, ବୋଲିଂ ଓ ଆର୍ଚେରୀର ବିକାଶ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବ ବୋଲି ଅସିତ୍ ତ୍ରିପାଠୀ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... କଳାହାଣ୍ଡିରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ

ତେବେ ଆଜି ଏହି ଅବସରରେ ଓଡିଶା ଗୃହ ନିର୍ମାଣ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ, ଜିଲ୍ଲାପାଳ ଚଞ୍ଚଲ୍ ରାଣା, ଆରକ୍ଷୀ ଅଧୀକ୍ଷକ ରିଷିକେଶ ଖିଲାରୀ,ଜିଲ୍ଲା ଆଥଲେଟିକ୍ ସଂଘର ସଭାପତି ଶ୍ରୀକର ମିଶ୍ର, ସମ୍ପାଦକ ହରିନାରାୟଣ ପୁଜାରୀ, ବିଶେଷଜ୍ଞ ସଦସ୍ୟ ହଂସରାଜ ଜୈନ, ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଅଜିତ୍ କୁମାର ମିଶ୍ର ଏବଂ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।

ତେବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ପଶ୍ଚିମ ଓଡିଶାର କ୍ରୀଡାର ଭିତ୍ତିଭୂମିର ବିକାଶରେ ଏହା ନିଶ୍ଚିତ ଭାବରେ ସହାୟକ ହେବ ।’ ବଲାଙ୍ଗୀରର ଏହି ନୂଆ ପାଭିଲିୟନ୍ କଳିଙ୍ଗ ଷ୍ଟାଡିୟମରେ ଥିବା ଭିତ୍ତିଭୂମିରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ସେ କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.